ଆହେ ଜଗନ୍ନାଥ

ହେ ବିଶ୍ଵ ନିୟନ୍ତା ଜଗତ କରତା ଆହେ ପ୍ରଭୁ ଜଗନ୍ନାଥ ତୁମ ଇସାରାରେ ଚାଲେ ଏ ସଂସାର ତୁମେ ପରା ସର୍ବବ୍ୟାପ୍ତ । (୧) ତୁମେ ନାରାୟଣ କରୁଣା ସାଗର ତୁମେ ଅଟ ଅନ୍ତର୍ଯ୍ୟାମୀ ଅନନ୍ତ ଅସୀମ ଅନୁପମ ତୁମେ ଆହେ ଜଗନ୍ନାଥ ସ୍ୱାମୀ । (୨) ନୀଳାଚଳ ଧାମେ ରତନବେଦିରେ ପ୍ରଭୁ ତୁମେ ବସିଅଛ ଦୁନିଆରେ ଯେବେ ଯାହା ଘଟୁଅଛି ସବୁ ତୁମେ ଦେଖୁଅଛ । (୩) ଲୀଳାମୟ ପ୍ରଭୁ ଦୟାର ଠାକୁର ଏତିକି କରୁଛି…

ଅଧିକ ପଢ଼ନ୍ତୁ
Pizza

ପିଜ୍ଜା

ପକେଟରୁ କାଗଜ ବାହାର କରି ଆଉ ଥରେ ପଢ଼ି ନେଲା ବିପୁଲ । ଭିତରେ ପଶିବା ପୂର୍ୱରୁ ଠିକଣାଟା ସୁନିଶ୍ଚିତ କରିବା ଦରକାର । ତ୍ରିତଲ କୋଠାଟି ଘେରି ବିଶାଳ ପ୍ରାଚୀର- ମାର୍ୱଲ ଫଳକ ଉପରେ ଲେଖା ଅଛି- “ସନ୍ଧ୍ୟାନୀଡ଼ ଭିଲ୍ଲା” । ବିପୁଲ “କଳିଙ୍ଗ ପିଜ୍ଜା” ନାଁ’ରେ ପ୍ରସିଦ୍ଧ ଗୋଟେ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନର ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ । ତିନି ବର୍ଷ ତଳେ ଏଇ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନଟି ଆରମ୍ଭ ହୋଇ ଥିଲା…

ଅଧିକ ପଢ଼ନ୍ତୁ
Parichaya

ପରିଚୟ

ଦିନ କେଇଟାରେ ବଦଳିଗଲ ତୁମେ ବଦଳିଗଲା ତୁମ ପରିଚୟ ସ୍ୱପ୍ନ ନାୟକରୁ ସାଜିଗଲ କାହା ମଥାର ସିନ୍ଦୂର ନୂଆ ମଣିଷକୁ ଆପଣାର କରି ଚାଲିଗଲ ଦୂର… ବହୁ ଦୂର ତୁମର ଏବେ ନୂଆ ଏକ ଘର ପୁଣି ନୂଆ ନୂଆ ସଂସାର ଖୁସିରେ ଉଚ୍ଛୁଳି ଥିବ ତୁମ ଛୋଟ ପରିବାର ହାତରନ୍ଧାରେ ମୋହୁଥିବ ମନ ତୁମର ପଖାଳ କଂସାର ଆଢ଼ୁଆଳେ ବସି ଦଉଥିବ ମୁରୁକି ସେ ହସି ଚାହାର ଉଷୁମ ସ୍ପର୍ଶରେ ମିଠାସ୍ ବି ଯାଉଥିବ ମିଶି…

ଅଧିକ ପଢ଼ନ୍ତୁ