Mun Bidrohi Premika

ମୁଁ ବିଦ୍ରୋହୀ ପ୍ରେମିକ

ତୁ ଯିବା ପରେ ମୋର ପ୍ରତିଟି ମୁହୂର୍ତ୍ତ କେମିତି କଟିଛି କେବେ ଭାବିଛୁ? ଭାବିନୁ ନା? କାହିଁକି ଭାବିବୁ ! ଭାବିବାକୁ ତୋତେ ସମୟ କାଇଁ !! ତୁ ତ ଏବେ ମସଗୁଲ ତୋ ଦୁନିଆରେ, ମହମର ଡେଣା ଲଗାଇ ତୁ ଏବେ ପ୍ରଚେଷ୍ଟାରତା ଛୁଇଁବାକୁ ଅନ୍ତରୀକ୍ଷ । ହେଲେ ଜାଣିନୁ ଯେବେ ପ୍ରଖର ସୂର୍ଯ୍ୟ ରଶ୍ମିରେ ମହମ ତରଳିବାକୁ ଲାଗିବ ସେତେବେଳେ ତୋର ଅବସ୍ଥା କ’ଣ ହେବ ! ମନେରଖ.. ଏମିତି ଭୂପତିତା ହେବୁ ଯେ…

ଅଧିକ ପଢ଼ନ୍ତୁ
Smruti-Sarira-Paunsa

ସ୍ମୃତି, ଶରୀର ଓ ପାଉଁଶ

ମୋ ନୟନେ ଛଳଛଳ ହେଉଥିବା ଅଶ୍ରୁଗୁଡ଼ାକ ବନ୍ୟା ହୋଇ ହୃଦୟକୁ ପ୍ଲାବିତ କରିବା ପୂର୍ବରୁ ଶବ୍ଦ ପାଲଟି କବିତା ଦେଇ ବହିଯାଉ ଅଥଚ ୟାକୁ ତ ସାଉଁଟି ପାରିବି ! ସ୍ମୃତିର ଓଦା ପୃଷ୍ଠା ମଧ୍ୟରେ ଆଉ ପଢ଼ିପାରୁଥିବି ସେ ପ୍ଲାବିତ ଯନ୍ତ୍ରଣାକୁ ପ୍ରତିଥର ନା ୟାକୁ କେହି ଦେଖିପାରିବ ନା କେହି ପରିହାସ କରିପାରିବ । ମୋ ଦେହ ଯେବେ ଥକିପଡ଼ିବ ଜୀବନ ସଂଘର୍ଷ ଭିତରେ ଶୋଇ ରହିବ କୋକେଇ ଉପରେ ଆଉ ଜଳିଯିବ ଅଗ୍ନିର…

ଅଧିକ ପଢ଼ନ୍ତୁ
Prema

ପ୍ରେମ

ଜୀବନ ସଙ୍ଗୀତେ ଏକ ଅଭୁଲା ସ୍ୱର କହିକି ପାରିବ ନାମଟି ତା’ର ସୁନ୍ଦର ରୂପଟି ସତେ ଅନୁପମ ଅଢ଼େଇ ଅକ୍ଷର ନାମଟି ଯେ ପ୍ରେମ… ସବୁତ ସରିବ ମଣିଷ ମରିବ ପ୍ରେମ ନ ସରିବ କେବେ ନ ହାରିବ… ପ୍ରେମ କରେ ଯିଏ ସେ ହୁଏ ପ୍ରେମିକ ହସି ଉଠେ ମୁଖ ଆହାକି ଚମକ… ପ୍ରେମ ଯେ ଅମର ସ୍ୱର୍ଗୀୟ ସୁନ୍ଦର ପ୍ରେମମୟ ହେଲେ ଜଗତ ସୁନ୍ଦର… ଜୀଇଁବା ମରିବା ଅଟେ ଧ୍ରୁବ ସତ ପ୍ରେମର ଅର୍ଥ…

ଅଧିକ ପଢ଼ନ୍ତୁ
Samayara Gati Pathe

ସମୟର ଗତି ପଥେ

ସମୟର ଗତିପଥ ସତେ ଅବା କେତେ କଣ୍ଟକିତ, କିଏ ପହଞ୍ଚେ ଲକ୍ଷ୍ୟ ସ୍ଥଳରେ ତ, କିଏ ରହିଯାଏ ଅଧ ରାସ୍ତାରେ, ଜୀବନର ଝଡ଼ଝଞ୍ଜା ଭିତରେ କେତେ ଖାଲ ଢିପ ଜଣାପଡ଼େନି, ସମୟ ସହିତ ତାଳ ଦେଇ ମାଡ଼ିଚାଲିଥାଏ ଆଗକୁ ଆଗକୁ, ଜର୍ଜରିତ ଏଇ କଳେବର ଚାହେଁନା କେବେ ହାରିବାକୁ, ଜିତିବାର ପ୍ରବଳ ଆଗ୍ରହରେ ବଶୀଭୂତ ହୋଇ ଚାଲିଥାଏ ନିର୍ଭୟରେ, ବୁଝିପାରେନା କେହି ନୀରିଖେଇ ଦେଖୁଛି ତା’ର ବ୍ୟକ୍ତିତ୍ୱକୁ, କେବେ କେଉଁଠି ହୋଇଗଲେ ଟିକିଏ ଭୁଲ, ହଠାତ୍ ତା’…

ଅଧିକ ପଢ଼ନ୍ତୁ
Meghua Akasha

ମେଘୁଆ ଆକାଶ

ବର୍ଷା ଧୁଆ ସକାଳରେ, ଭିଜା ମାଟି, ଓଦା ମାଟି କାନ୍ଥ, ଓଳି ପାଣି ଆଉ ଝରକା ସେପଟ ଓସ୍ତ ପତ୍ରରେ ପାଣି ଫୋଟକା ଦେଖି, ତମେ କହିଲ… “ଏଇ.. ଦେଖ ରାତିଯାକ କାଲି କେତେ ବର୍ଷା ହେଇଚି” ମୁଁ, ସାରି ନଥିବା ନିଦକୁ, ଆଖି କଣେ ଆଉଜେଇ ଦେଇ… ତମ ବଉଦଠୁ କଳା, ଗହନା କେଶ, ଅସଜଡ଼ା ବାଦାମୀ ରଙ୍ଗ ଶାଢ଼ୀ ଆଉ ଦୁଇ ଦେହର ମାଧ୍ୟାକର୍ଷଣ ବଳରେ, ଲିଭିଯାଇଥିବା ସିନ୍ଦୁର ଟୋପା ଦେଖି, କହିଲି.. “ହଁ…..

ଅଧିକ ପଢ଼ନ୍ତୁ