Notha - One Love Story

“ନୋଥ” ଏକ ପ୍ରେମର ଶ୍ରୋତ

ରାତି ପ୍ରାୟ ଗୋଟାଏ ବାଜିଲାଣି । ମାମା ସେଯାଏଁ ଶୋଇନଥିଲେ । ଫୋନର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମାଙ୍କ ହାତରୁ ପିଉଥିବା ପାଣି ଗିଲାସଟି ଖସି ପଡ଼ିଲା । ବାପା ଦୌଡ଼ି ଆସିଲେ । ମାମା କୌଣସି ଅମଙ୍ଗଳର ଆଶଙ୍କା କରୁଥିଲେ । ମନା କରିବା ସତ୍ତ୍ୱେ ବାପା ଫୋନ ଉଠେଇ ନେଲେ । ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ…

ଅଧିକ ପଢ଼ନ୍ତୁ
Aram - Odia Story by Sulagna Mohanty

ଆରାମ

ସେଦିନ ଶନିବାର । ସକାଳୁ ମନ୍ଦିରରୁ ଫେରିଲା ବେଳେ ସୌରଭଙ୍କୁ ସାଙ୍ଗରେ ଧରି ବଡ଼ ଭଉଣୀ ରୁବି ଘରକୁ ମାଡ଼ିଗଲା ମୀରା । ତାଙ୍କ ଘରେ ପହଞ୍ଚିଲା ବେଳକୁ ରୁବି ଅପା ପଶିଛି ରୋଷେଇ ଘରେ । ପିଲାମାନେ ଟ୍ୟୁସନ । ଆଉ ଭାଇନା ଟିଭିରେ ଦେଖୁଛନ୍ତି କ୍ରିକେଟ ମ୍ୟାଚ୍ । ସୌରଭ ବି ବସିଗଲେ ଭାଇନାଙ୍କ ସାଙ୍ଗରେ । ମୀରା ରୋଷେଇଘରକୁ ଯାଇ ରୁବି ପାଖରେ ଠିଆ ହେଲା । ତା’ପରେ ରୁବି କାଟୁଥିବା ଗାଜର…

ଅଧିକ ପଢ଼ନ୍ତୁ
Gote Cup Luha

ଗୋଟେ କପ୍ ଲୁହ

ସନ୍ଧ୍ୟା ସମୟ ଆଗତ, ସୂର୍ଯ୍ୟ ସତେ ଯେପରୀ ବୈତରଣୀ ଜଳକୁ ନଇଁଲେ । ସାନ୍ଧ୍ୟ କଳାରେ ତରଙ୍ଗ ଯେପରୀ ଧୀରେ ଧୀରେ ପାଦଚାଳି ବୈତରଣୀର ଅବବାହିକାକୁ ମାଡ଼ି ଆସିଲା । ସମଗ୍ର ଜଗନ୍ନାଥପୁର ଗ୍ରାମ ଯେପରୀ ସନ୍ଧ୍ୟାର ମହିମାରେ ମହିଆନ ହୋଇଉଠିଛି । ନଦୀର ପ୍ରତିଟି ନୀଳଗାତ୍ରରେ ଭାଙ୍ଗିପଡ଼ୁଥାଏ ଅଳ୍ପକିଛି ଧୂଷର ଅନ୍ଧାର । ସତେ ଯେପରୀ ବୈତରଣୀ ଚନ୍ଦ୍ରାତୁରା ଅବୁଝା ଶିଶୁ ସନ୍ଧ୍ୟାକୁ ରାତ୍ରୀର ଗଭୀର ନିଦ୍ରାରେ ଝୁଲାଇ ଝୁଲାଇ ଶୁଆଇ ପକାଉଛି । ଏହି…

ଅଧିକ ପଢ଼ନ୍ତୁ
Bigata Anagata

ବିଗତ ଅନାଗତ

ତୁମ ଶବକୁ କୁଣ୍ଢେଇ ଧରି ମଥା ବାଡ଼େଇ କାନ୍ଦିବାକୁ ଭାରି ମନହୁଏ । ମନ କେବେକେବେ ଉଦାସ ଆଖିରେ ଆକାଶକୁ ଚାହିଁରହେ । କେତେବେଳେ ମନେମନେ ହସେ । ତୁମେ କେତେ ଭଲଥିଲ ଅବା କେତେ ଖରାପ ଥିଲ ବୋଲି ଭାବିହୁଏ । କିନ୍ତୁ ଯେତେ ଭାବିହେଲେ କ’ଣ ହେବ, ତୁମେ ଯେ ଚାଲି ଯାଇଛ । ଏ ଜୀବନରେ ତୁମେ ଆଉ କେବେବି ଫେରିବନି, ବରଂ ଦି’ଘଡ଼ି ପରେ, ତୁମର ପଚାଶବରୁ ଦୁର୍ଗନ୍ଧ ଉଠିବା ଆରମ୍ଭ…

ଅଧିକ ପଢ଼ନ୍ତୁ
Abala - Odia Story

ଅବଳା

ଏହାଭିତରେ ବିବାହକୁ ଆଠ ବର୍ଷ ବିତିଗଲାଣି । କିନ୍ତୁ ଆଜିବି ଇତି ମନରେ ପୂର୍ଣ୍ଣତା ନାହିଁ । ଆଜିବି କେଉଁଠି ନା କେଉଁଠି ମନରେ ତା’ର ଖେଳିବୁଲୁଛି ଶୂନ୍ୟତା । ଯେଉଁ ଶୂନ୍ୟତାର ଅନ୍ତରାଳରେ ରହିଛି କିଛି ଅକୁହା କଥା, କିଛି ଅଦେଖା ଦୁଃଖ ଆଉ କିଛି ଅବଶୋଷ । କାହିଁକିନା ସେ ଆଜିବି ମା ହୋଇ ଶାଶୂଘରେ ପାଇନାହିଁ ଜଣେ ମାଆର ମର୍ଯ୍ୟାଦା । କାରଣଟା କ’ଣ ବୋଲି ଭାବୁଛନ୍ତି? କାରଣ ସେହି ଗୋଟିଏ ।…

ଅଧିକ ପଢ଼ନ୍ତୁ