
ଆତ୍ମ ଅନ୍ୱେଷଣ
ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି। ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ…