Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ଜୀବନର ଚଉପଦୀ

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ ଶଢ଼ାଇ ହାଣ୍ଡି କଡ଼େଇ ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି ସଞ୍ଜ ଆସୁଥାଏ ନଇଁ । ଚାଟଶାଳୀ ପାଠ କାନ୍ଧରେ ବସ୍ତାନି ଅବଧାନେ ବେତ ମାଡ଼ ବାପା ବୋଉ ଜେଜେ ସଭିଏଁ କୁହନ୍ତି ପାଠପଢ଼ ପାଠପଢ଼ । ପହିଲି ପୀରତି ମିଳନର ଗୀତି ବିରହ ଅଲିଭା ଦାଗ ଜୀବନ ଜଞ୍ଜାଳ ଛୋଟିଆ ସଂସାର କେତେ ରାଗ ଅନୁରାଗ । ବୟସର ଶେଷ କେତେ ଅବଶୋଷ କେତେ ମିଠା ଅନୁଭୂତି ଗାଁ ମଶାଣିରେ ଦେହ…

ଅଧିକ ପଢ଼ନ୍ତୁ
Odia Poem Kakara Topa (କାକର ଟୋପା) by Chikun Panda

କାକର ଟୋପା

ଦର୍ପଣର କାଚ ଟୁକୁରା ପରି ଚମକେ ଶୀତ ସକାଳର କାକର ଟୋପା ଗୁଡ଼ିକ, ସୂର୍ଯ୍ୟର ପହିଲି କିରଣରେ ଝଲସେ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର । ସବୁଜ ଘାସର ଗାଲିଚା କାକର ଟୋପାର ପସରା ସତେ କି ଘାସ ରାଜା ମସ୍ତକେ ଶୋଭେ ମୁକୁଟ । ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ, ସ୍ପର୍ଶ ମାତ୍ରେ ଯାଉ ମିଳେଇ । – ଚିକୁନ…

ଅଧିକ ପଢ଼ନ୍ତୁ
News published on SuryaPrabha News about the 44th edition of the Shubhapallaba Odia Magazine

ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ

ବନ୍ତ/ଭଦ୍ରକ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍…

ଅଧିକ ପଢ଼ନ୍ତୁ