Odia Poem Akhabaya o Ame (ଅଖାବାୟା ଓ ଆମେ) by G. Krishna Reddy

ଅଖାବାୟା ଓ ଆମେ

ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି ଜୀବନ ପଲାରେ ସବୁଜିମାର ରଙ୍ଗ ତୋଳନ୍ତି । ସେମାନେ ନିଜ ହାତରେ ବୋଉମାନଙ୍କ ନକଲ କରି ଅଖାବାୟାର ଖେଳ ରଚନ୍ତି, ବଡ଼ମାନଙ୍କୁ ଡରାଣ ଦେଖାଇ ସଜିଲ କରନ୍ତି ନିଜ ସରାଗ ଛୁଆଁରେ କଣ୍ଢେଇମାନଙ୍କୁ, ଚଳଚଞ୍ଚଳ…

ଅଧିକ ପଢ଼ନ୍ତୁ
Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ ମନେ କରନ୍ତି । ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ ସୁଦର୍ଶନ ବିରଜାନ୍ତି ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼ ଦେବତା ବୋଲି କହନ୍ତି । ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ ବିଜେ ମଦନ ମୋହନ ସାରଥୀ…

ଅଧିକ ପଢ଼ନ୍ତୁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ଯିବୁ ଯଦି ମୋ ସାଥିରେ ଆ ବେଗି ବେଗି ହୋଇ ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ… ଆଷାଢ଼ ଶୁକ୍ଳପକ୍ଷ ଗୁଣ୍ଡିଚା ଦିନ କରିବେ ମହାପ୍ରଭୁ ରଥାରୋହଣ ଅପୂର୍ବ ସେ ରୂପକାନ୍ତି ଭକ୍ତ ମନ ମୋହନ୍ତି ଦେଖିଲେ ଲୀଳା ଖେଳା ତରିବୁ ଭବ ଭେଳା ଡେରି ତୁ କରନାହିଁ ଖରା ମାଡ଼ି ଆସେ ଟାଇଁ ଟାଇଁ ଲୋ ଚାନ୍ଦମୁହିଁ ଯାଉଛି ରଥ ମୁହିଁ… ନନ୍ଦିଘୋଷ ରଥରେ ଜଗତନାଥ…

ଅଧିକ ପଢ଼ନ୍ତୁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା । ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ ମୋର ଭାବୁଥିବି ଖାଲି ତମ ଚିନ୍ତା । ମହା ପ୍ରଭୁଙ୍କ ମହାପ୍ରସାଦ, ମହା ପ୍ରଭୁଙ୍କ ବଡ଼ ଯାତ୍ରା ଶରଧା ବାଲିରେ ପାଦ ନ ପଡ଼ିଲେ ଜୀବନଟି ଯାଏ ବୃଥା । – ଦେବାଶିଷ ମହାପାତ୍ର…

ଅଧିକ ପଢ଼ନ୍ତୁ