Editorial Page of Shubhapallaba 39th Edition (ଶୁଭପଲ୍ଲବ ୩୯ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ନବତ୍ରିଂଶ ସମ୍ପାଦକୀୟ

ଆମ ସଂସ୍କୃତି ଓ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏହାର ପ୍ରତ୍ୟେକଟି ବିଷୟବସ୍ତ କେଉଁଠି ନା କେଉଁଠି ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ । ସେମିତି ଏକ ପର୍ବ ହେଉଛି ରଜ ପର୍ବ, ଯାହାକୁ କେବେଠାରୁ ଆଉ କିଏ ପାଳନ କରିବା ଆରମ୍ଭ କରିଥିଲା ଖୋଜିବା ମୂର୍ଖାମୀ ହେବ । କିନ୍ତୁ ଏହା ପଛରେ ଥିବା କାରଣ (ବୈଜ୍ଞାନିକ ହେଉ ବା ଧାର୍ମିକ ହେଉ) ଏକ ମହତ ଉଦ୍ଦେଶ୍ୟ ପ୍ରତିପାଦନ କରେ ।…

ଅଧିକ ପଢ଼ନ୍ତୁ
Odia Poem Shramara Bhara (ଶ୍ରମର ଭାର) by Kalyani Nanda

ଶ୍ରମର ଭାର

ତା’ ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା’ ଶ୍ରମର ମୂଲ । କେବେ ଇଟା ଭାଟିର ଉତ୍ତପ୍ତ ନିଆଁ, ବାଷ୍ପିଭୂତ କରୁଥାଏ ତା’ ପ୍ରତିଟି ସ୍ୱେଦ କଣା, କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ ତା’ କମର, ସକାଳୁ ସଞ୍ଜ ଯାଏ ନିଗିଡ଼ି ପଡୁଥିବା ଝାଳ, କ୍ଲାନ୍ତ ଶ୍ରାନ୍ତ ଶରୀରକୁ କିଛିଟା ଶାନ୍ତ କରେ । ଚୁଲୀରେ ଫୁଟୁଥିବା ଭାତକୁ ଅନେଇଥିବା କ୍ଷୁଧିତ ପ୍ରାଣ, ଦିନ ତମାମର କ୍ଲାନ୍ତି କିଛି…

ଅଧିକ ପଢ଼ନ୍ତୁ
Odia Poem Shramika (ଶ୍ରମିକ) by Tukuna Sahu

ଶ୍ରମିକ

ଧନ୍ୟସେ ଜୀବନ ନିତ୍ୟ ଶ୍ରମଦାନେ ଅରଜଇ କୋଟି ପୁଣ୍ୟ ତଥାପି ଦୁନିଆଁ ଲାଞ୍ଛନା ଦିଅଇ ଭାବଇ ତାକୁ ନଗଣ୍ୟ । ଗଡ଼ିଉଠେ କେତେ ସୁରମ୍ୟ ପ୍ରାସାଦ କେତେ ପୁଣି ଅଟ୍ଟାଳିକା କଳକାରଖାନା ବନ୍ଦର ସହିତ ଶ୍ରମିକର ଶ୍ରମ ଯୋଖା । ପୁଷ୍କରଣୀ କୂପ ଆନିକଟ ସ୍ତୁପ ହୁଏନି ଶ୍ରମିକ ବିନା ଲୁଟିଖିଆ କିଛି ଶାନ୍ତିରେ ରୁହନ୍ତି ଖାଇଦେଇ ତାଙ୍କ ଦାନା । ଭୋକର ଜ୍ଵାଳାରେ ଅନ୍ନ ମୁଠେ ପାଇଁ ଶ୍ରମକୁ ଆଦରି ନେଇ ଗରିବ ସଢ଼ୁଛି ଦାରିଦ୍ର୍ୟର…

ଅଧିକ ପଢ଼ନ୍ତୁ
Odia Poem Manima Kare Guhari (ମଣିମା କରେ ଗୁହାରି) by Sasmita Pradhan

ମଣିମା କରେ ଗୁହାରି

ତବ ପାଦ ରେଣୁ ଝରି ପଡ଼ୁ ସଦା ଅଧମ ଅକ୍ଷମ ଶିରେ ଆହେ ମହାବାହୁ କରୁଛି ଦୟିନୀ ମଣିମା ଶୁଣିବା ବାରେ ॥ ଥକି ପଡ଼ିଲିଣି ଏ ଭବ ସାଗରେ ଥଳ କୂଳ ପାଉନାହିଁ ଯେ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି କୃପା କର ବାରେ ସାଇଁ ॥ ଘୋର ଅରଣ୍ୟରେ ମୃଗୁଣୀ ଡାକିଲା ଉଦ୍ଧାର କରିଛ ହରି କୁରୁ ସଭା ତଳେ ବସ୍ତ୍ର ଦାନ କରି ରଖିଛ ଦ୍ରୌପଦୀ ଶିରୀ ॥ ଭକ୍ତ ପ୍ରହଲ୍ଲାଦ…

ଅଧିକ ପଢ଼ନ୍ତୁ
Odia Poem Sei Janha Mote Jhure (ସେଇ ଜହ୍ନ ମତେ ଝୁରେ) by Purnima Prusty

ସେଇ ଜହ୍ନ ମତେ ଝୁରେ

ରଙ୍ଗ ପସରାରେ ଫେରିଛି ଫଗୁଣ ବେରଙ୍ଗେ ମୋ ଦିନ ସରେ ଯେଉଁ ରଙ୍ଗକୁ ମୁଁ ଝୁରୁଥିଲି ଦିନେ ସେଇ ରଙ୍ଗ ମତେ ଝୁରେ ସାତ ସୁରେ ଆଜି ଗାଉଛି ମଳୟ ବେସୁରେ ଜୀବନ ହଜେ ଯେଉଁ ସୁରକୁ ମୁଁ ଖୋଜୁଥିଲି ଦିନେ ସେଇ ସୁର ମତେ ଝୁରେ ଅଧୁରା ସପନ ତନ୍ଦ୍ରା ବିନା ମୋର ବାରବାର ଉଙ୍କି ମାରେ ଯେଉଁ ତନ୍ଦ୍ରାର ଅପେକ୍ଷା ଥିଲା ମୋ ସେଇ ତନ୍ଦ୍ରା ମତେ ଝୁରେ ପ୍ରୀତି ଭରା ସଚ୍ଚା ହୃଦୟଟା…

ଅଧିକ ପଢ଼ନ୍ତୁ