Odia Poem Palsha (ପଳାଶ) by Sarmistha Malla

ପଳାଶ

ସେ ଅସ୍ପୃଶ୍ୟ, ଅଲୋଡ଼ା ତଥାପି ଫୁଟେ ପ୍ରତି ଫଗୁଣରେ ଜୀବନରେ ଟିକିଏ ରଙ୍ଗ ମାଖିବାକୁ । ଜାଣେ ସେ ଅଲୋଡ଼ା, ଅସ୍ପୃଶ୍ୟ, କିନ୍ତୁ ସେ ଫୁଟେ ନିଜସ୍ୱ ଭଙ୍ଗୀରେ, ନିଜସ୍ୱ ଠାଣୀରେ, ଖୁବ ଉଲ୍ଲାସରେ ମାଦକତା ଭରି ଉଛ୍ୱାସରେ, ସ୍ରଷ୍ଟାଙ୍କ ଇଙ୍ଗିତରେ, ଭରି ଦେବା ପାଇଁ ରଙ୍ଗ ତାଙ୍କରି ସୃଷ୍ଟିରେ । ଜୀବନ ଓ ଯୌବନର ପରିସୀମାର ଉର୍ଦ୍ଧ୍ୱରେ, ଚିନ୍ମୟ ସତ୍ତାର ପରିପ୍ରକାଶ ପାଇଁ ଚେତନା ଓ ଚିନ୍ତନ ସବୁଠି ଭରି ଦେବା ପାଇଁ ଚିନ୍ମୟତ୍ୱର ରଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Patha Sama (ପଥ ସମ) by Dushmant Behera

ପଥ ସମ

ସମୟ ବାଟରେ ମୁଁ ପଥସମ ଆଗେଇବା ଆଗରୁ ଭାବନା ବୁଡ଼େ ସ୍ୱପ୍ନ ତୁଠରେ !! ଦୁଇ ପାଦର ବାଟ ସାକ୍ଷୀ ମୁହିଁ ଛାଇ ଛଇଳକୁ ଦେଖି ପବନ ଭସେଇ ନିଏ !! ମୋ ମଧୁର ମହକ ରାଶି ମଉନ ମନ ମୋର ବସିଛି ଚାହିଁ ସମୟ ପଥ !! ସାଙ୍ଗେ ସଙ୍ଗାତ କରି ଠେଲି ଦେଉଛି ମୋ ଅତୀତର ଅତୀତ ହସି ଦେଇ !! ପ୍ରାଣ ଅଛି ବୋଲି ଆଗକୁ ଚାଲେ ବଞ୍ଚିବା ନାଁରେ ଅଭିନୟ କରି…

ଅଧିକ ପଢ଼ନ୍ତୁ
Odia Poem Sapanara Saudagara (ସପନର ସୌଦାଗର) by Sandhyarani Dash

ସପନର ସୌଦାଗର

ଗହଳ ନିଦରେ ହୃଦ୍ ସ୍ପନ୍ଦନରେ କରି ଦେଲ ନୂଆ ଘର ଖରା ଛାଇ ମିଶା ଆଲୋକ ଭିତରେ ସପନର ସୌଦାଗର । କେବେ ପାଶେ ଥାଅ କେବେ ଦୂରେ ଦୂରେ ତୁମକୁ କି ଭୁଲି ପାରେ ତୁମ ପାଇଁ ମୋର ହୃଦୟ କୋଣଟି ଭରେ ନିତି ସପନରେ । ତଥାପି କାହିଁକି ବୁଝେ ନାହିଁ ମନ ମନେ ପଡ଼ ବାର ବାର । ମିଛ ପ୍ରତାରଣା କରେ ବାଟ ବଣା ସ୍ମୃତି ସବୁ ଅପାଶୋରା ମଧୁ ଶୋଷି…

ଅଧିକ ପଢ଼ନ୍ତୁ
Odia Poem Tume Dekhaithila Swapna (ତୁମେ ଦେଖାଇଥିଲ ସ୍ୱପ୍ନ) by Sujata Dash

ତୁମେ ଦେଖାଇଥିଲ ସ୍ୱପ୍ନ

ତୁମେ ଦେଖାଇଥିଲ ସ୍ୱପ୍ନ ଭାଙ୍ଗିଦେଲ ଗୋଟିଏ କ୍ଷଣରେ ଯଦି ଭାଙ୍ଗିବାର ଥିଲା ତେବେ ଗଢ଼ିଥିଲ କାହିଁ ନା ମୋତେ ଭାଙ୍ଗିବା ଥିଲା ଉଦ୍ଦେଶ୍ୟ ତୁମର? ବିଶ୍ୱାସ ଥିଲା ତୁମେ ମୋର ମୁଁ ତୁମର ତୁମେ ସବୁବେଳେ ଅଛ ମୋ ସହିତ ସୁଖରେ ଦୁଖରେ ଛାଇ ଆଲୁଅରେ ଝଡ଼ଝଞ୍ଜାରେ ବି କେବେ ଛାଡ଼ିବନି ମୋ ହାତ । ସହଗାମି ଓ ମାର୍ଗଦର୍ଶୀ ହୋଇ ତୁମେ ନେବ ମୋତେ ଜୀବନର ପଥେ, ଚାଲୁଚାଲୁ ସେ ମାୟାଜାଲରେ ହେଲା ଅନୁଭୂତି ଜୀବନ…

ଅଧିକ ପଢ଼ନ୍ତୁ
Odia Poem Nari Tora Kete Rupa Kete Kahani (ନାରୀ ତୋ'ର କେତେ ରୂପ କେତେ କାହାଣୀ) by Gagan Kumar Panigrahi

ନାରୀ ତୋ’ର କେତେ ରୂପ କେତେ କାହାଣୀ

କେବେ ସିଏ ମାଆ କେବେ ସେ ଭଉଣୀ ଭିନ୍ନ ଭିନ୍ନ ରୂପ ଭିନ୍ନ ତା’ କାହାଣୀ ॥ ମାଆ ରୂପେ ସିଏ ମମତା ମନ୍ଦିର ଭଉଣୀ ରୂପରେ ଭାରି ହିତକର ॥ ବନ୍ଧୁ ରୂପେ ସିଏ ଭାରି ହାସ୍ୟମୟୀ ପ୍ରେମିକା ରୂପରେ ସଦା ଲାସ୍ୟମୟୀ ॥ ପୁତ୍ରୀ ରୂପେ ସିଏ ସ୍ନେହର ଆତୁର ତା’ର କୁନି ଓଠ ଖୁସିର ଭଣ୍ଡାର ॥ ଘରଣୀ ରୂପରେ ଗୃହ କାର୍ଯ୍ୟେ ବ୍ୟସ୍ତ କାର୍ଯ୍ୟାଳୟେ ମଧ୍ୟ ସିଏ ସିଦ୍ଧହସ୍ତ ॥ ଶିକ୍ଷୟିତ୍ରୀ…

ଅଧିକ ପଢ଼ନ୍ତୁ