ଛଡ଼ା ରୁମାଲ
ଜାଣତରେ ନା ଅଜାଣତରେ ଲାଇବ୍ରେରୀର ପଛ ସିଟରେ ଛାଡ଼ି ଆସିଥିବା ରୁମାଲକୁ ଫେରାଇଲାବେଳେ, ଅଜାଡ଼ି ଦେଇଥିବା ଲାଜ ସବୁକୁ ସଯତ୍ନରେ ସାଉଁଟି ନେଇଥିଲି ମୋର ଅଣଓସାରିଆ ଛାତି ପକେଟରେ । ସେବେଠୁ ଦେହସାରା ଶିହରଣର ବାସ୍ନା, ଶରୀରର ପ୍ରତିଟି ଲୋମକୂପରେ ତୋଳି ସାରିଲାଣି ନଅର, ସତେଜ ହେଲାଣି ମଉଳା ଗଛର ଫୁଲ, ପବନକୁ ଅଳିକରି ବଦଳେଇଲାଣି ତା’ର ବାସ୍ନା, ସେଇଥିପାଇିଁ ତ ଜହ୍ନରାତି ହାତପାହାନ୍ତାରେ ଏବେଏବେ ରଚିଲାଣି ଶୃଙ୍ଗାର । ରାତି ଆଉ ସ୍ୱପ୍ନ ମଝିରେ ଫେରାର୍…