Aliagada Odia Story by Dinesh Kumar Sahoo

ଅଳିଆଗଦା

ଗତ କିଛିଦିନ ହେଲା ହରେଶର ବ୍ୟବହାର, କାମ କରିବାର ଶୈଳୀ, ସବୁରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ସମ୍ବିତ । ଅଫିସ କାମ ସରିବା ପରେ ସନ୍ଧ୍ୟାରେ ଏକାଠି ହୋଇ ତା’ ସଙ୍ଗେ ଘରକୁ ଯିବ ବୋଲି ମନସ୍ଥ କଲା ସେ । ଆଜି ଯାହା ହେଲେ ବି ସତ କଥା ପଚାରି ବୁଝିବ ବୋଲି ମନେ ମନେ ଠିକ କଲା । ସମ୍ବିତ ଓ ହରେଶ କେବଳ ସହକର୍ମୀ ନୁହଁନ୍ତି ବରଂ ଦୁହେଁ ସହପାଠୀ ମଧ୍ୟ । ଇଞ୍ଜିନିୟରିଂ ବେଳେ ଦୁହେଁ ବହୁତ…

ଅଧିକ ପଢ଼ନ୍ତୁ
Ajana Shakti - Odia Story by Sushree Nayak

ଅଜଣା ଶକ୍ତି

ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ ମିଳେ ତାଙ୍କୁ? ବୋଉର ଦେହ ବହୁତ…

ଅଧିକ ପଢ଼ନ୍ତୁ
Apurnata Odia story by Biplab Rout

ଅପୂର୍ଣ୍ଣତା

ଦିନେ ସାଇଟ କାମ ପାଇଁ ଏକ ବସ୍ତି ଅଞ୍ଚଳ ଦେଇ ଯାଉଥାଏ । ପ୍ରବଳ ଭୋକ ଲାଗୁଥାଏ । ଗୋଟିଏ ଚା’ ଦୋକାନରେ ଅଟକି ବିସ୍କୁଟ ଖାଉଥାଏ । ହଟାତ୍ ନଜର ପଡ଼ିଲା ଗୋଟିଏ ଝିଅ ଉପରେ । ଝିଅଟିର ବାମ ହାତ ନଥିଲା । କିନ୍ତୁ ନିଜର ଗୋଟିଏ ହାତରେ ସେ ବାଡ଼ିଟିଏ ଧରି ପିଜୁଳି ପାରୁଥାଏ । ଦୋକାନରେ ଛିଡ଼ା ହୋଇଥିବା ଜଣେ ଯୁବକ ଦୋକାନୀକୁ କହିଲା- “ଭାଇ ଝିଅଟା ଦେଖିବାକୁ ସୁନ୍ଦର କିନ୍ତୁ ଗୋଟିଏ ହାତ ନାହିଁ । କେମିତି କାହାକୁ ବାହା…

ଅଧିକ ପଢ଼ନ୍ତୁ
Thik o Bhul

ଠିକ୍ ଓ ଭୁଲ

ଚତୁର୍ଥ ଶ୍ରେଣୀରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିଲେ । ମିଶାଣ କରିବାର ଧାରା ସବୁ ବୁଝେଇ ସାରିଲା ପରେ, ଗୋଟିଏ ପିଲାକୁ ପଚାରିଲା, “ଅର୍ଣ୍ଣବ, ଯଦି ମୁଁ ତୁମକୁ ୨ଟି ଓ ୨ଟି ଆମ୍ବ ଦେବି, ତେବେ ତୁମ ପାଖରେ କେତୋଟି ଆମ୍ବ ରହିବ?” ଅର୍ଣ୍ଣବ କ‌ହିଲା, “ସାର୍ ୫ଟି ।” ଶିକ୍ଷକ ପୁଣିଥରେ କ‌‌ହିଲେ, ୨ଟି ଆମ୍ବ ଆଉ ୨ଟି ଆମ୍ବ ଦେଲେ କେତୋଟି ଆମ୍ବ ହେବ?” ଅର୍ଣ୍ଣବ ପୁଣିଥରେ କ‌ହିଲା, “ସାର୍ ୫ଟି ।” ଶିକ୍ଷକ ପ୍ରଶ୍ନଟିକୁ ଏଥର ସାମାନ୍ୟ…

ଅଧିକ ପଢ଼ନ୍ତୁ
Upahara Odia Story bi Biswaranjan Sahoo

ଉପ‌ହାର

ନିଜ ମୋବାଇଲରେ ଆସିଥିବା OTPକୁ ସଫଳତାର ସହ ପ୍ରବେଶ କରାଇବା ପରେ ଟିକେ ଆଶ୍ୱସ୍ତି ଅନୁଭବ କଲେ ମିଶ୍ର ବାବୁ । ଯାହା ବି ହେଲେ ପ୍ରଥମ ଥର କିଛି ଅନଲାଇନ କିଣିବାଟା ଗୋଟେ ଯୁଦ୍ଧ ଜିତିବା ପରି ଲାଗୁଥିଲା ମିଶ୍ର ବାବୁଙ୍କୁ । ଘରଣୀଙ୍କ ଏତେ କହିଲା ପରେ ଯାଇ ଆଜି ମିଶ୍ର ବାବୁ ଅନଲାଇନ କିଛି କିଣୁଛନ୍ତି । ପଡ଼ିଶା ଘର ଜେନା ବାବୁଙ୍କ ସ୍ତ୍ରୀ ଏତେ ସୁନ୍ଦର ଶାଢ଼ୀଟେ ପିନ୍ଧି ବୁଲୁଛନ୍ତି, ଆଉ ଜେନା ବାବୁ ସେ…

ଅଧିକ ପଢ଼ନ୍ତୁ