Masala Manda (ମସଲା ମଣ୍ଡା) Recipe

ମସଲା ମଣ୍ଡା

ପାଶ୍ଚାତ୍ୟ ଖାଦ୍ୟଶୈଳୀରେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟସବୁ ଆମ ନୂତନ ପିଢ଼ିଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଯିବାରେ ଲାଗିଛି । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଓ ପ୍ରତି ପର୍ବରେ ଛପନ ପିଠା ପଣା ମିଠା ଭୋଗ । ଏହିପରି ଏକ ପାରମ୍ପରିକ ଓଡ଼ିଆ ରୋଷେଇ ଘରର ପିଠା ହେଲା ସିଝା ମଣ୍ଡାପିଠା । ସବୁ ପର୍ବରେ ସିଝା ମଣ୍ଡାପିଠା ଘରେ ଘରେ ହୁଏ । ସୂଜି କିମ୍ବା ଚାଉଳ ଚୂନା ଜନ୍ତଣି ହେଇ…

ଅଧିକ ପଢ଼ନ୍ତୁ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ ଗଛ ନା ବଦଳେ ପକ୍ଷୀ ନା ବଦଳେ ଡର । ବାସ୍ ବଦଳି ଯାଏ ମଣିଷର ସଂଜ୍ଞା, ଏପାଖେ ନାଗରିକ ସେପଖେ ଶରଣାର୍ଥୀ । ବାଡ଼ ଆରପାଖେ ପରା ଘାସ ସବୁବେଳେ ସବୁଜ ।…

ଅଧିକ ପଢ଼ନ୍ତୁ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ କ’ଣ ବା ପରିଚୟ ତା’ର? ଦୁହିତା ଭଗିନୀ ଜାୟା ନା ଜନନୀ ମମତମୟୀ ସେହ୍ନପ୍ରଦାୟିନୀ ନା ଦୈତ୍ୟଦଳିନୀ? ହଜାରେ ରୂପ ହଜାରେ କାହାଣୀ ତଥାପି ସେ ନାରୀ ଶାନ୍ତ ସ୍ନିଗ୍ଧ ନମ୍ରତାର ମୂଳମନ୍ତ୍ର, ସତୀତ୍ଵର ପରାକାଷ୍ଠାରେ ଦେଇଛି ଅଗ୍ନିପରୀକ୍ଷା, କୁରୁସଭା ତଳେ ପୁଣି ହେଇଛି ବିବସ୍ତ୍ର, ଜଗତର କଲ୍ୟାଣ ପାଇଁ ସାଜିଛି ଦୁର୍ଗତିନାଶିନୀ ଦୁର୍ଗା, କେବେ ପୁଣି ସତ୍ୟବାନକୁ ରକ୍ଷା କରି ସାବିତ୍ରୀ । କ’ଣ…

ଅଧିକ ପଢ଼ନ୍ତୁ
Odia Story Abha (ଆଭା) by G. Krishna Reddy

ଆଭା

ସୁକୁଟା ଭାଇନାର ଆଦର ଚାରିଆଡ଼େ । ନିଜ ସାହିଠୁଁ ସହରର କୋଣ ଅନୁକୋଣ ସବୁଠି ତା’ ପ୍ରଶଂସାର ପରିବ୍ୟାପ୍ତି । ବିଶ୍ଵାସ ଓ ସମ୍ମାନର ଚଉହଦି ଭିତରେ ଏକ ନିର୍ଭରଶୀଳ ପରିଚୟ । ବର୍ଷ ପନ୍ଦରଟା ଭିତରେ ସୁଖ ଓ ବିଳାସପୂର୍ଣ୍ଣ ଜୀବନର ଏକ ଅପାସୋରା ଆସ୍ଥାନରେ ନିଜ ପତିଆରା । ଭାଗ୍ୟ ଓ ଭଗବାନଙ୍କ କୃପାଦୃଷ୍ଟିରୁ ସର୍ବକୁଶଳ । ମନଲାଖି ଜୀବନସାଥୀ ଚନ୍ଦ୍ରା ଓ ଦୁଇ ଝିଅ ଆଭା ଓ ଆଲିଆଙ୍କୁ ନେଇ ତା’ ସଂସାର…

ଅଧିକ ପଢ଼ନ୍ତୁ
Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ “ପ୍ରାଧାନ୍ୟ” “ପ୍ରମୁଖ” ଭଳି ଶବ୍ଦଗୁଡ଼ାକ ଯେମିତି ବିଗତ ଅତୀତର ବିଶ୍ଳେଷଣରେ ବିସ୍ତୃତ କିଛି ଅଲାଜୁକ ହୃଦୟର ମନଖୋଲା ଉପହାସ ଦୂରତ୍ୱର ଲକ୍ଷ୍ୟଭେଦ ଆନୁମାନିକ ହେଲେ ନିକଟରେ ତ ଆକର୍ଷଣ ସ୍ୱଭାବିକ ତଥାପି ସମୀପରେ ନାହିଁ ଶାନ୍ତିର ନିଃଶ୍ୱାସ…

ଅଧିକ ପଢ଼ନ୍ତୁ