ଡିହିରାକୁଳ- ଦୁଇଟି ତାଳଗଛର ଗାଁ
“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ । ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାଁ ଶୁଣିଲେ । ପ୍ରାୟତଃ ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ, ଭାଗବତ ଟୁଙ୍ଗୀ… ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ । ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସହର ଉପକଣ୍ଠରେ ବୋହିଯାଉଥିବା ସ୍ୱର୍ଣ୍ଣ ନଦୀରେ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯଦିଓ ପହଁରା ଶିଖିନଥିବାର…