ସ୍ୱପ୍ନ

Odia Poem Swapna (ସ୍ୱପ୍ନ) by Sasmita Nayak

ସ୍ୱପ୍ନ କେବେ
ଦୂର ପହାଡ଼ର ଶୀର୍ଷରେ,
ମୁଁ ଦୀପ ଶିଖାଟିଏ ॥

ସ୍ୱପ୍ନ କେବେ ନିଘଞ୍ଚ ପ୍ରହରର
ସପ୍ତ ରଙ୍ଗ ଭରା
ରଙ୍ଗୀନ ଦୁନିଆଟିଏ ॥

ସ୍ୱପ୍ନ ଦରିଆ ଲହରୀର
ମୁଁ ଦ୍ୱୀପପୁଞ୍ଜ
ଦେବୀ ପ୍ରତିମାଟିଏ ॥

ସ୍ୱପ୍ନ କେବେ ସାଜେ
ଶୁନ୍ୟ ହୃଦୟର
ରାଣୀ ମହୁମାଛିଟିଏ ॥

କେବେ ସାଜିଥାଏ
ପରି ରାଇଜର
ମଉନାବତୀଟିଏ ॥

କେବେ ପୁଣି ବଡ଼ ବଡ଼ ଆଶା
ରାଜା ଉଆସର ସ୍ୱୟମ୍ବର
ସଜା ରାଜ କନ୍ୟାଟିଏ ॥

କେବେ ପୁଣି ଶୂନ୍ୟ ହୃଦୟର
ପ୍ରେମ ଭରା ଆକର୍ଷଣ
ପବିତ୍ର ପ୍ରେମଟିଏ ॥

ସ୍ୱପ୍ନ ପୁଣି ସାଜେ ଭିଜା ଭିଜା
ବଦନରେ ଦୁଇ ଆତ୍ମାର
ମିଳନ ପାହାନ୍ତି ପ୍ରହରଟିଏ ॥

ବେଳେ ବେଳେ ନିସ୍ତବ୍ଧ ଶରୀର
ଭ୍ରମଣରେ ବାହାରେ
ଗାଁରୁ ସହର ଯାଏ ॥

କେମିତି ଏ ସ୍ୱପ୍ନ
ସ୍ୱପ୍ନରୁ ବାସ୍ତବ ଜୀବନ
ଯେମିତି ମରୁଭୂମିରେ
ମରୀଚିକାଟିଏ ॥

– ସସ୍ମିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...