ସୁନାଝିଅର ରାଗ ନଥାଏ
ରୁଷା ନଥାଏ
ଭାବ ନଥାଏ
କି
ଅଭାବ ବି ନଥାଏ
ଛାତିରେ ଛାତିଏ ଯନ୍ତ୍ରଣାର ବରଫ ମୁଣ୍ଡେଇ
ଓଠରେ ମାଖିଥାଏ ହସରୁ ଖିଏ
ଚିହ୍ନିଲା ମାଟି-ଅଚିହ୍ନା ଆକାଶ
ଅଣ୍ଟାଭଙ୍ଗା ୠତୁ – ପବନର ଧାସ
ସବୁରି ଦାୟରେ
ନିଜ ହଁ ଆଉ ନାହିଁକୁ ଦବେଇ
ବାରବାର କାହା ଲାଗି ବିକ୍ରି ହେଉଥାଏ
ରାସ୍ତା ଥାଏ
ପାଦ ଥାଏ
କାରଣ ଥାଏ
ଠିକଣା ବି ଥାଏ
ଦୁଷ୍ଟ ନହେବାକୁ ତାକୁ
କିଏ ରାଣ ଦେଇଥାଏ?
– ସଂଘମିତ୍ରା ରାଏଗୁରୁ