You are currently viewing ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମଚିତ
Shubhapallaba Sishuraija released on 2021 International Mother Language Day

ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମଚିତ

ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଶୁଭପଲ୍ଲବ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତା’ର ପ୍ରତିବଦ୍ଧତାକୁ ପ୍ରତିପାଦନ କରି ଉନ୍ମୋଚନ କରିଛି ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ । ସମ୍ପାଦିକା ସୁଶ୍ରୀ ପଲ୍ଲବୀ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ଏହି ପ୍ରଥମ ସଂସ୍କରଣଟି ୧୮ ଗୋଟି କବିତା, କାହାଣୀ ତଥା ଶିଶୁକୃତ୍ତିରେ ସମୃଦ୍ଧ । ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଡା. ତୃପ୍ତି ରଞ୍ଜନ ଦାଶ ଯୋଗଦେଇ ମାତୃଭାଷାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ପାଇଁ ଜୋର ଦେଇଥିଲେ । ମାତୃଭାଷା ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କୁ ଆମର ବଳିଷ୍ଠ ଭାଷା, ସଂସ୍କୃତି ତଥା ପରମ୍ପରାକୁ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶୁଭପଲ୍ଲବ ତେଲୁଗୁ ପୋର୍ଟାଲର ସମ୍ପାଦକ ଶ୍ରୀ ରାଜ ଶେଖର ଚିମା, ଲେଖିକା ସୁଶ୍ରୀ ସଂଗୀତା ସେଠି, ଲେଖକ ଦୀପକ ଷଡ଼ଙ୍ଗୀ, ତାପସ ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟିକୁ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ପରିଚାଳନା କରିଥିଲେ । ଶେଷରେ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପତ୍ରିକାଟି ଶୁଭପଲ୍ଲବ ଶିଶୁରାଇଜ ୱେବ୍‌ସାଇଟ୍ ସମେତ ବିଶ୍ୱସ୍ତରୀୟ ରିଡିଂ ପ୍ଲାଟଫର୍ମ ମାଗ୍‌ଜ୍‌ଟର୍‌ରେ ଉପଲବ୍ଧ ହେଉଛି ।

Buy from Shubhapallaba Store Now

  • ମାତୃଭାଷା ଦିବସ ଅବସରରେ ‘ଶୁଭପଲ୍ଲବ ଶିଶୁରାଇଜ’ ବହି ଉନ୍ମଚିତ (BBSR Reporters; 22 February 2021) – OriginalArchived
  • ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମୋଚିତ (Prameya; 22 February 2021, Bhubaneswar Edition) – OriginalArchived

1st edition of Sishuraija on Prameya News

  • ମାତୃଭାଷା ଦିବସରେ ଉନ୍ମୋଚିତ ହେଲା ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ (OdishaLive; 22 February 2021) – OriginalArchived

English newsletter:

Shubhapallaba Released the 1st edition of Sishuraija on International Mother Language Day

On the International Mother Language Day, Odia magazine and publishing house Shubhapallaba released the 1st edition it’s childrens’ e-magazine ‘Sishuraija’ through a virtual event. Odia poet Dr. Trupti Ranjan Das has joined as the chief guest of this event. Other people like writer Sushri Sangita Sethi, Deepak Sarangi also joined the meeting. From the Shubhapallaba team the Sri Raj Shekhar, the Telugu language editor of Shubhapallaba Portal, Tapas Ranjan, the Odia language editor of Shubhapallaba Magazine, Sambeet Das, the graphic designer of the magazine, and Sangram Keshari Senapati, the founder of the magazine hosted this event. At last the editor Pallavi Pujapanda thanked to all the participants.

A total of 18 poems, stories and some arts by small children has published in this magazine with the powerful editing of Pallavi Pujapanda. The web portal of Shubhapallaba Sishuraija is working since 2019 and the magazine is available at free of cost on the Sishuraija portal (https://bit.ly/SishuRaija1) and the international reading platform Magzter.

  • Shubhapallaba Released the 1st edition of Sishuraija on International Mother Language Day (OrissaDiary; 21 February 2021) – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।