You are currently viewing ସିଂହଭୂମରେ ବନ୍ୟାର ଲହରୀ
Odia poem Singhabhumara re Banya (ସିଂହଭୂମରେ ବନ୍ୟାର ଲହରୀ) by Sanu Jena

ସିଂହଭୂମରେ ବନ୍ୟାର ଲହରୀ

ଆଦିବାସୀ କ୍ଷେତ୍ର ସାନ୍ତାଳ ବସ୍ତି
ବଣ ଜଙ୍ଗଲ ସବୁ ତ ଏଠି
ନଦୀ ନାଳ ନ ଥାଇ ବି ମଧ୍ୟ
ଆମ ସିଂହଭୂମରେ ଖେଳୁଛି ଲହରୀ ॥

ସବୁ ଭାଷାକୁ ନିଜର କରି
ସିଂହଭୂମ ସାଜିଛି ଆଜି ବହୁ ଭାଷୀ ଲହରୀ
ଛାଣିବ ଯଦି ପକାଅ ଜାଲ
ଭାସୁଛି ଏବେ ଭାଷାର ନଗରୀ ॥

ଧାଇଁ ଆସ ଭାଇ ଭଉଣୀମାନେ
ଭାଷାର ବନ୍ୟା ଜଳରେ ପହଁରୀ
ନିଜ ମାତୃଭାଷାର ଦଉଡ଼ିକୁ ନିଜେ
ଚିର ଦିନ ପାଇଁ ରଖ ସଜାଡ଼ି ॥

ବହୁ ଜ୍ଞାନୀ କବି ପଣ୍ଡିତଗଣ
ଆସିଥିଲେ ସିଂହଭୂମକୁ ନାଉରୀ ହୋଇ
ଓଡ଼ିଆ ଭାଷାର ନୌକା ଛାଡ଼ି ତ ଗଲେ
ଗଢିବା ପାଇଁ ସିଂହଭୂମରେ ମାତୃଭାଷାର ନାଆଟି ॥

ସିଂହଭୂମରେ ଓଡ଼ିଆ ଭାଷା
କାଗଜ ଡଙ୍ଗା ହୋଇ
ଦିନକୁ ଦିନ ବହି ଚାଲିଛି
ଆଗକୁ ଧାଇଁ ॥

ଧରିବ ଯଦି ଏହି ନୌକା
ଧାଇଁ ଆସ ଅତି ଶୀଘ୍ର ପବନର ବେଗେ ବହି
ଆମ ମାତୃଭାଷାକୁ ଚାଲ ଆମେ ରଖିବା ବାନ୍ଧି
ସିଂହଭୂମରେ ଖେଳୁଛି ଭାଷାର ଲହରୀ ॥

– ସାନୁ ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାନୁ ଜେନା ଝାଡ଼ଖଣ୍ଡ ସ୍ଥିତ ପୂର୍ବ ସିଂହଭୂମରେ ବାସ କରୁଥିବା ଜଣେ ଓଡ଼ିଆ ଲେଖିକା ତଥା କବି । ସେ ଓଡ଼ିଆ ଭାଷା ସମେତ ହିନ୍ଦୀ ତଥା ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।