ଶ୍ରମର ଭାର

Odia Poem Shramara Bhara (ଶ୍ରମର ଭାର) by Kalyani Nanda

ତା’ ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା
ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା’ ଶ୍ରମର ମୂଲ ।
କେବେ ଇଟା ଭାଟିର ଉତ୍ତପ୍ତ ନିଆଁ,
ବାଷ୍ପିଭୂତ କରୁଥାଏ ତା’ ପ୍ରତିଟି ସ୍ୱେଦ କଣା,
କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ ତା’ କମର,
ସକାଳୁ ସଞ୍ଜ ଯାଏ ନିଗିଡ଼ି ପଡୁଥିବା ଝାଳ,
କ୍ଲାନ୍ତ ଶ୍ରାନ୍ତ ଶରୀରକୁ କିଛିଟା ଶାନ୍ତ କରେ ।
ଚୁଲୀରେ ଫୁଟୁଥିବା ଭାତକୁ ଅନେଇଥିବା କ୍ଷୁଧିତ ପ୍ରାଣ,
ଦିନ ତମାମର କ୍ଲାନ୍ତି କିଛି ତ ଶାନ୍ତି ଲଭେ ।
ପରିବାରର କ୍ଷୁଧାର ଯାତନା ଯେବେ,
ବଦଳି ଯାଉଥାଏ ମେଞ୍ଚାଏ ହସରେ,
ଶ୍ରମିକଟି ଭୁଲି ଯାଉଥାଏ ତା’ ଶ୍ରମରର ଭାରକୁ ।

– କଲ୍ୟାଣୀ ନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...