ନିଶୁଆ ବୁଢାକୁ ଲୋକେ ଜାଣିଥିଲେ
ଧରୁଥିଲା ଗୋଟେ ବାଡ଼ି
ମୁଂଡରେ ରଂଗିନ ପଗଡ଼ି
ନିଜ ବୋହୂ ସଂଗେ ହୋଇ ଯୋଡ଼ାଯୋଡ଼ି
ଧରା ପଡ଼ିଗଲା ଅଧ ରାତିରେ
କିରୋସିନ୍ ଢାଳି ଜାଳିଦେଲା ନିଆଁଖାଡ଼ି
ବୋହୂ ଛାଡ଼ୁଥିଲା ରଡ଼ି
ପୂରା ଘର ଗଲା ପୋଡ଼ି
ମୁଲକରେ ସେ ଖୁବ୍ ବଡ଼ ପଇସାବାଲା
ପାଂଚଟି ଗାଆଁର ମଝିରେ ଜାଗା ବାଛିଲା
ଜମି କିଣି ସେଠି ତୁରଂତ ତୋଳାଇ ଦେଲା
ସୁଂଦର ସତୀ ଗୁଡ଼ି
ଆଖର ପାଖର ଗାଆଢ଼ଁର ମାଇପି ଧାଡ଼ି
ଦେଉଳ ଆଡ଼କୁ ମାଡ଼ି
କାମ ଓ ପାଇଟି ଛାଡ଼ି
ସତୀ ପାଦ ତଳେ ପଡ଼ି
ଛାତି ପିଟି ଗଡ଼ିଗଡ଼ି
‘ମାଆ ଗୋ ମାଆ ଗୋ’
ରଡ଼ୁଥାଂତି ତୋଟି ଫାଡ଼ି
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।