ଜୀବନର କିଛି ଅଭୁଲା ସ୍ମୃତିକୁ
ସାଉଁଟିଛି ଆଜି କାଳିରେ,
ସ୍ମୃତିସବୁ କାହିଁ ସତେଜ ହେଉଛି
ବର୍ଷା ଭିଜା ରାତିରେ??
ମନେପଡ଼େ ଆଜି ତୁମରି ସହିତ
ବିତିଥିବା ସେହି କିଛି ମୁହୁର୍ତ୍ତ,
ପାଖେ ନାହଁ ବୋଲି ମନକୁ ବୁଝାଏ
କହି ମୋର କୃତାର୍ଥ ।
ତୁମଠୁ ଦିନେ ଶିଖିଥିଲି ମୁଁ ଯେ
ପ୍ରେମର ପରିଭାଷା,
ଆଜି କିନ୍ତୁ କାହିଁ ହୃଦୟରୁ ମୋର
ମରିଯାଇଛି ସେ ଆଶା ।
କହିଥିଲ ତୁମେ ସନ୍ଧ୍ୟାର ସମୟେ,
ନିଃସଙ୍ଗ ରାସ୍ତାରେ
ଥିବା ଖାଲି ଆମେ ଦୁହେଁ,
ଏମିତି ସମୟ ଯଦି କେବେ ଆସେ
ମୁଁ କ’ଣ ଥିବି ତୁମ ସାଥେ?
ଅତୀତରେ ଯେବେ ଘଡ଼ଘଡ଼ି ମାରେ
ଶୁଭେ ଖାଲି ତୁମ ଶବ୍ଦ,
ଆଜି କାହିଁ ଲାଗେ ଘଡ଼ଘଡ଼ି ଶବ୍ଦେ
ହେଉଛି ମୁଁ ଶ୍ଵାସରୁଦ୍ଧ ।
ବିଜୁଳି ଚମକେ ଦେଖେ ତୁମ ମୁଖ
ବର୍ଷାର ବୁନ୍ଦାରେ ପାଏ ତୁମସ୍ପର୍ଶ,
ଅତୀତର ଏଇ ସ୍ନେହବୋଳା ରୂପ
ଅନୁଭବୀ ନେତ୍ରେ ଅଟେ ଯେ ଉତ୍କର୍ଷ ।
ଜୀବନର ଏଇ ରଙ୍ଗମଞ୍ଚର ଅଭିନୟରେ
ମୁଁ ଥିଲି ଏକାକୀ,
ଭାବିଥିଲି ତୁମେ ସାଥିରେ ଥିଲେ
ହୋଇପାରିଥାନ୍ତି ମୁଁ ବିଜୟୀ ।
ବୁଝିପାରୁନାହିଁ ପ୍ରତାରଣା ଶବ୍ଦ ତୁମଠୁ ଶିଖିଛି
ନା ନିଜେ ମୁଁ କରିଛି ସୃଷ୍ଟି,
ଆଜି ମୋର ଏଇ ନିରର୍ଥଜୀବନେ ତୁମେ ହିଁ ତ
କର ଅଦୃଶ୍ୟ ପ୍ରେରଣାରବୃଷ୍ଟି ।
– ସ୍ୱାତୀସ୍ମିତା ବାରିକ
Comments
ସ୍ୱାତୀସ୍ମିତା ବାରିକ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।