ଅଜାଙ୍କୁ ଶ୍ରଦ୍ଧାଞ୍ଜଳି
ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ । ପାଣିଫୋଟକା ସମ ଜୀବନର ସ୍ୱଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ୟସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡ଼ିଆର ଅସୁମାରୀ ପରିତ୍ରୁପ୍ତିକୁ ପାଶୋରି ଯାଇଛି ପ୍ରାୟ ।…

