
ଜହ୍ନ ଆଉ ତାରା
ଜ୍ୟୋତ୍ସ୍ନା ବି ଭାବୁଥିବ ଜହ୍ନ କଥା, ଆଉ ରାତି ବି ମାଗୁଥିବ ହିସାବ ତାରାଙ୍କ ଉପସ୍ଥିତିର । ଅନ୍ଧାର ଖୋଜୁଥିବ କୋଣ ଲୁଚିବାକୁ, ଆଉ ମୁଁ ଗଣୁଥିବି ମଲା ସ୍ୱପ୍ନ ମାନଙ୍କର ଶବକୁ । ତୁମେ ତ ନୀଳ ଆକାଶ, କେବେ ଗଣିଛ କି ଉଡ଼ୁଥିବା ପକ୍ଷୀର ଡେଣା । ଫୁଲ କ’ଣ ଶୁଙ୍ଘି ଆତୁର ହୁଏ ନିଜ ଦେହ ବାସ୍ନା? ସେ ତ କୃଷ୍ଣମୃଗ, ଖୋଜୁଥିବ ନିଜ ଦେହେ କସ୍ତୁରୀର ଗନ୍ଧ, ମହକାଇ ଚଉଦିଗ ନିଜ ଈଶ୍ୱରୀୟ ମାନବିକତାର ସୁଗନ୍ଧ ।…