ନୂଆ ଗରାଖ

Odia Poem Nua Garakha (ନୂଆ ଗରାଖ) by Mruyunjay Patra

ତା’ର ଗୋଟେ ଭାଗ୍ୟ କ’ଣ ମ
ଯାହାର ଗୋଟିଏ ରାତି ଆୟୂଷ
ବିବେକ ମଣିଷତ୍ୱ
ଏସବୁ ତ
ସାହିତ୍ୟ କିଲାସରେ ଘୋଷା ସରଳାର୍ଥ
ବାକି ଯାହା ଦେହଟା ପାଇଁ ଏଠି
ଏରୁଣ୍ଡିବନ୍ଧ

ସାହେବ ଏଠି ଦିନରେ ଚର୍ଚ୍ଚାକରେ
ମୋ ଅସଭ୍ୟତା
ଆଉ ରାତିରେ
ଧାର୍ଯ୍ୟକରେ ମୋ ଦେହର ମୂଲ
ନିକିତିରେ ତଉଲି ମୋ ଅସହାୟତା

ସାହେବାଣୀ କହେ
କାରଖାନାରେ କାମକର
ସେଥିରେ ସମ୍ମାନ ଅଛି
ମୁଁ ହଁ ଭରେ
କହିପାରେନି ଯାହା
ସେ ମାତାଲ ଠିକାଦାରର
ପଶୁତ୍ୱର କଥା

ସେ ପାଠୋଇ ଦିଦି କହିଲା
ଦେହଜିବୀ ମାନେ ବି ମଣିଷ
ଅଧିକାର ପାଇଁ ସଭା ବସିବ
ଲଢ଼େଇହବ
ହେଲେ ସଭା ଯେ ଥାନାରେ ବସିବ
ଲଢ଼େଇ ମୋ ଦେହଟି ଶେଷ ହେବ
ଏକଥା କିଏ ଜାଣିଲା
ତା’ ପରଠୁ
ଥାନାବାବୁ ନୂଆ ଗରାଖ

ମୁଁ ଯାହା ଚୁପ୍
ସାପ ପରି କାତି ଛାଡ଼ି ଛାଡ଼ି ଅଥୟ
ଆଉ କାହା ସର୍ତ୍ତରେ
ନିଲାମକରି ଦେହ ।

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply