ନୀଳ ପାରାବାର କୂଳେ କୂଳେ,
ନୀଳ ଶାଢ଼ୀ ପିନ୍ଧି କିଏ ସେ ଯାଉଛି,
ନୀଳ ପଣତ ସେ ସ୍ୱର୍ଗୀୟ ସୁଷମା ଲଭିଛି;
ନୀଳ ଅମ୍ବରେ…
ନୀଳ ଚୁଡ଼ି ତା’ର ଖନ୍ ଖନ୍ ବାଜେ
ନୀଳ ଢେଉର ତାଳେ ତାଳେ
ନୀଳ ନୟନା ତା’ ହରିଣୀ ଚାହାଣି
ନୀଳ ଅମୋଘ ବାଜେ ଏ ହୃଦୟରେ…।
ନୀଳ ଜହ୍ନର ଜ୍ୟୋତ୍ସ୍ନାରେ…
ନୀଳ କୁଣ୍ଡଳ ତା’ ଏତେ ଝଲସା,
ନୀଳ ଶାମୁକାର ନୀଳ ବିନ୍ଦୁ ତହିଁ
ଓଃ ! ପୁଣି ଏତେ ଈର୍ଷା ..
ନୀଳ ବିନ୍ଦି ଦେଖି ମନୋଈ ତାରା
ନୀଳ ଆକାଶରେ ଚିକ୍ ମିକ୍ ଦିଶେ
କୋରୋକିତ ଚାରୁ ସ୍ନିଗ୍ଧ ଭରା ।
ନୀଳ ଜଳେ ରତ ଚରଣ କମଳ,
ନୀଳ ସ୍ପର୍ଶ ସେ ତ ମହତୀ ସଲିଳ
ନୀଳ ନାୟିକା ସେ ପ୍ରମଦା ପଦ୍ମିନୀ
ନୀଳ ହୃଦ-ସରେ ହେବ ଗୋ ଚାନ୍ଦିନୀ
ହେ ନୀଳମଣି…
– ଅଭିଲିପ୍ସା ସାହୁ
Comments
ଅଭିଲିପ୍ସା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।