ସରିଛି ଏବେ ନାରୀ ବନ୍ଦନା
ପୁଣି ଶୁଭିଲାଣି ତା’ର କାନ୍ଦଣା,
କେଉଁଠି ବିଷ ତ କେଉଁଠି ହଣା
ଗୃହ ବନ୍ଦୀ ସିଏ ମନା ଅଗଣା ।।
ଦିନ ଦ୍ୱିପହରରେ ହୁଏ ଧର୍ଷିତା
ଜଳେ ପୁଣି ତା’ର ଚିତା ଜୀଅନ୍ତା,
ଯୌନ ପିପାସୁ ବା ସେ ନରହନ୍ତା
ବର୍ତ୍ତନ୍ତି ନାହିଁ ବି କୋଳ ଖେଳନ୍ତା ।।
ନାରୀର ମାନେ ଏଠି ଯାତନା
ଅଭିଶପ୍ତ ସେ ମନା ଯୋଚ୍ଛନା,
ନ୍ୟାୟର ମାନେ ଦୀର୍ଘ ପ୍ରତୀକ୍ଷା
ନିଶ୍ଵାସ ବି ହାରେ କରି ଅପେକ୍ଷା ।।
ଗୁମୁରି କାନ୍ଦୁଛି କୁନ୍ଦୁଲି ଗାଁ
ନ୍ୟାୟର ଆଶାରେ ନିର୍ଭୟା ମାଆ,
ନାରୀ ଅସହାୟ ପାଉନି ରାହା
ଦୁର୍ଭାଗ୍ୟକୁ ସେହି ନେତା ହିଁ ସାହା ।।
– ସତ୍ୟବ୍ରତ ପରିଡ଼ା