ମୋ ଗାଁ ନଈ ତୁମ ଗାଁ ଛୁଇଁ
ବହିଯାଏ ଗୀତ ଗାଇ,
କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ
ତୁମକୁ ଦେଇ ଅନାଇ..!!
ତୁମ ପାଦ ସ୍ପର୍ଶ ନଈର ପାଣିରେ
ଲହରୀତ ଯେବେ ହୁଏ,
ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ
ମନକୁ ମୋ ଛୁଇଁଯାଏ..!!
ମୋ ଗାଁର ସେଇ ହଂସୁଆ ନଈର
ସୌନ୍ଦର୍ଯ୍ୟର ନାହିଁ ତୁଳନା,
ଅଭିମାନୀ ଭାରି ଆମ ଗାଆଁ ନଈ
ସତେକି ଷୋଡ଼ଶୀ ଲଳନା..!!
ହୃଦୟରେ ତାର ସାଇତା ରହିଛି
ଅତୀତର ସବୁ କଥା,
ଜୀବନ ଯମୁନା ବିତି ଗଲେ ବି
ସରିବନି ତାର ଗାଥା..!!
– ସନାତନ ଦାସ
Comments

ସନାତନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକରେ ପ୍ରକାଶ ପାଇଛି ।