କବି ଓ କବିତା

Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି କହେ କବିତାକୁ
କିପରି କହିବି ମନର କଥା,
କବିତା କହେ କବିରେ
ମୁଁ ପରା ତୋ ମନର ବ୍ୟଥା ।

କବିତାରେ ଲେଖୁଛୁ ତୁ
ତୋ ମନର ଅକୁହା କଥା,
ଜାଣିପାରୁ ନାହୁଁ କବିରେ
ଇଏ ପରା ତୋ’ ହୃଦୟର ବାର୍ତ୍ତା ।

କବି କହେ କବିତାରେ
ପ୍ରକୃତ ବନ୍ଧୁ ଯେ ତୁ ମୋର,
ତୋରି କୋଳେ ଖୋଲିଦିଏ
ଅକୁହା କଥାର ଗନ୍ତାଘର ।

କବିତା କହେ କବିରେ
ମୁଁ ପରା ଅଛି ତୋ’ ସାଥିରେ,
ସ୍ନେହମୟୀ ମା’ ପରି ମୁଁ ଥିବି
ତୋ’ ସହ ସବୁ ସ୍ଥିତିରେ ।

କବିତାର ପ୍ରତ୍ୟେକ ପଂକ୍ତିର
ଜୀବନ ଅନୁଭୂତି ମୋ ଲେଖାରେ,
ଲୁହର ଧାରା ଯେ ବହିଯାଏ
ମୋର ଅସରନ୍ତି ଲେଖନୀର ।

ଜୀବନର ପ୍ରତିଟି ଘଡ଼ିସନ୍ଧିରେ
ବିତୁଛି ଦିନ ଯେ ଯନ୍ତ୍ରଣାରେ,
ଯନ୍ତ୍ରଣା ଲାଘବ କରେ ଆଂଶିକ
କବିତାର ପ୍ରତିଟି ଧାଡ଼ିରେ ।

ଲୁହର ବନ୍ୟାରେ ଭିଜୁଛି
ଭିଜୁଛି କାଗଜ ପୃଷ୍ଠାରେ
ଭିଜି ଭିଜି ଛାପି ଯାଏ
କବିତାର ସେ ଗଭୀରତାରେ ।

କବିର ସାଥୀ କବିତା ସାଜିଛି
ଜୀବନ ଜିଇଁବା ପାଇଁ
ସାଥୀ ହୋଇ ବାଟ ଚାଲିଥା’ନ୍ତି
ଧୋକା କେହି ଦିଏ ନାହିଁ।

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...