ଏମିତି ତ ତୁମେ ହସୁଛ…
ଛାତିତଳେ କଷ୍ଟ ଲୁଚେଇଛ…
ସଭିଙ୍କୁ ଦର୍ଶାଅ ଖୁସିରେ ଅଛ…
ଦୁଃଖ, ଯନ୍ତ୍ରଣାରେ ଖେଳୁଛ !!
ଏମିତି ତ ତୁମେ ଗୀତ ଗାଉଛ…
ବିରହର ରାଗିଣୀ କାହୁଁ ପାଉଛ..
କଷ୍ଟର ସାଜ, ଦୁଃଖର ସୁର ଦେଇଛ..
ଯନ୍ତ୍ରଣାର ଜୟଗୀତି ଗାଉଛ !!
ଏମିତି ତୁମେ ମିଠା କଥା କହୁଛ…
କର୍ଣ୍ଣପଟଳେ ମଧୁ ବୋଳି ଦେଉଛ..
ମନକୁ କୋଉ ରାଇଜକୁ ନେଉଛ..
କାଉଁରୀ ବିଦ୍ୟା ତୁମେ ଜାଣିଛ !!
ଏମିତି ତ ସ୍ୱପନେ ଦେଖା ଦେଉଛ…
ଇନ୍ଦ୍ରଧନୁ ମନ ଆକାଶେ ବୁଣୁଛ…
ଟୁପୁର ଟାପର ବର୍ଷାରେ ଶୁଭୁଛ..
ଅନ୍ଧାରରେ ଏକା ଚାଲି ଯାଉଛ !!
ଏମିତି ତ ମନ ଆଇନାରେ ଦିଶୁଛ..
ମୋ ବିବେକ ସହ କାହିଁକି ଋଷିଛ…
ମନ ମନ୍ଦିରେ କେବେ ଦେଖା ଦେଉଛ..
ନିମିଷକେ ଅନ୍ତରଧ୍ୟାନ ହେଇ ଯାଉଛ !!
ଏମିତି ତ ମୋ ନିଶ୍ୱାସେ ବହି ଯାଉଛ…
ବଞ୍ଚିବାକୁ ଆଶାର ଆଲୋକ ଜାଳୁଛ…
ପୁନଃ ହାତ ଠାରି ଡାକି ନେଉଛ….
ଅନ୍ଧାରେ କୁଆଡ଼େ ଚାଲି ଯାଉଛ !!
– ନିର୍ମଳ ନାୟକ