ଚାଲିଯିବା ଆମେ

Odia Poem Chalijiba Ame (ଚାଲିଯିବା ଆମେ) by Prashant Pradhan

ଚାଲିଯିବା ଆମେ ଅଜଣା ରାଇଜେ
ଗଢ଼ିବା ପ୍ରେମ ନଅର
ସେଇ ନଅରରେ ଦେବି ମୁଁ ତୁମକୁ
ସିନ୍ଦୂରର ଉପହାର ॥

ନୀଳ କୁରଞ୍ଜିକୁ ନୀଳଗିରି ଠାରୁ
ତୋଳି ମୁଁ ଆଣିବି ସାଥି
ଫୁଲର ଶେଜରେ ପ୍ରଣୟ ନିଶାରେ
କଟିଯିବ ମଧୁରାତି ॥

ତଟିନୀ ମିଶିବ ନୀଳ ସାଗରରେ
ସୃଷ୍ଟିର ଏଇ ନିୟମ
ସୂର୍ଯ୍ୟମୁଖୀ ଆଉ ଦିବାକରଙ୍କର
ଯେମିତି ଅମରପ୍ରେମ ॥

ହଜିଥିବ ତୁମେ ମୋ ବାହୁ ବନ୍ଧନେ
ଋତୁଥିବ ମିଳନର
ଆଙ୍କି ଦେଉଥିବି ଅଧରରେ ତୁମ
ଦାଗ ମିଠା ଚୁମ୍ବନର ॥

ସଂସାର ଖେଳରେ ସାଜିବା ଗୋ ଆମେ
ପ୍ରକୃତି ଆଉ ପୁରୁଷ
ଜନ୍ମ ଜନ୍ମାନ୍ତର ହେବା ଏକାକାର
ଯେମିତିକା ପାଣି ଓ ଶୋଷ ॥

– ପ୍ରଶାନ୍ତ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...