
ସାମ୍ନା ଘର ଝରକା
ସାମ୍ନା ଘର ଝରକା ଖୋଲା ହେବା ଦିନରୁ ଛୋଟୀ ଝିଅର ମନର ଝରକା ଯେମିତି ଖୋଲି ଯାଇଥିଲା । ନିଦ ଭାଙ୍ଗିବା କ୍ଷଣି ନିଜ କୋଠରୀର ଝରକା ପାଖରେ ବସି ସେ ଚାତକ ଭଳି ଚାହିଁ ରହୁଥିଲା ସାମ୍ନା ଘର ଝରକାକୁ । କିଛିଦିନ ଆଗରୁ ଅନେକ ମାସ ଧରି ବନ୍ଦ ରହିଥିବା ଘର ପୁଣି ମରାମତି ହେଇଥିଲା । ଘର ଦୁଆର ଆଉ ଝରକାରେ ନୂଆ ପରଦା ଲାଗିଥିଲା ଆଉ ସାମ୍ନାରେ କିଛି ନୂଆ ଫୁଲଗଛ…