Sanbaluara Samadhi

ସଁବାଳୁଆର ସମାଧି

ନକୁଳ ବାବୁ, ପେଶାରେ କିରାଣୀ । ଦଶ ବର୍ଷ ପୂର୍ବେ ତାଙ୍କୁ ଦେଖିଥିଲି ଯେମିତି ଥିଲେ, ଏବେବି ସେମିତି । କୃଶ ତନୁ, କୋଟରଗତ ଚକ୍ଷୁ, ସାତସିଆଁ କୁର୍ତ୍ତା, କାନ୍ଧରେ ଝୁଲା ମୁଣି ଯେଉଁଥିରୁ କଙ୍ଗାରୁ ଶାବକ ପରି ମେଞ୍ଚେ ଅସନା ଫାଇଲ କାଗଜ ଜାକିଜୁକି ଭର୍ତ୍ତି ଅଧା ବାହାରକୁ ଝୁଲିପଡ଼ିଥାଏ, ତାଳି ପକା ଛତା ଧରି ଅଫିସକୁ ବାହାରି ଯାଆନ୍ତି । ତାଙ୍କୁ ଅଫିସ ଯିବା ଦେଖିଲେ ଚଇନି ପାନ ଦୋକାନୀ ହାତରୁ ଘଣ୍ଟା ଖୋଲି ଟାଇମ ସେଟ କରେ-…

ଅଧିକ ପଢ଼ନ୍ତୁ
Dagon Tattoo

ଡ୍ରାଗନ୍ ଟାଟୁ

ଏକ ବର୍ଷଣ ମୁଖର ସନ୍ଧ୍ୟାରେ ଅଫିସ୍‌ରୁ ଫେରିବା ସମୟରେ ଅଟୋକୁ ଅପେକ୍ଷା କରିବା ଲାଗି ଆଶ୍ରୟ ନେଲି ନିକଟରେ ଥିବା ଏକ ଚାହା ଦୋକାନ ପାଖରେ । ଲଘୁଚାପ ବର୍ଷା, ବେଳକୁ ବେଳ ପ୍ରକୋପ ବଢ଼ିବାରେ ଲାଗିଛି । ଚାହା ଦୋକାନୀଟିର କିନ୍ତୁ ବେପାର ବଢ଼ିଆ ଜମିଥାଏ । ଦେଖିଲି କିଛି କଲେଜ ପଢ଼ୁଆ ପୁଅଝିଅ ସେଠି ମେଳି କରିଛନ୍ତି । କାହା ହାତରେ ଚାହା ତ କାହା ହାତରେ ସିଗାରେଟ୍ । କିଏ ପୁଣି ବର୍ଷା ମାଡ଼କୁ ଖାତିର ନକରି ବ୍ୟସ୍ତ ଥାଏ…

ଅଧିକ ପଢ଼ନ୍ତୁ
Bada Dandara Baloonwala

ବଡ଼ଦାଣ୍ଡର ବେଲୁନ୍‌ବାଲା

ଗୀତଗୋବିନ୍ଦର ଅପୂର୍ବ ସଙ୍ଗୀତ ଝରି ଆସୁଛି । ଧୀରେଧୀରେ ଆଲୋକ ଶୂନ୍ୟ ହେଲା ଶ୍ରୀମନ୍ଦିର । ଭକ୍ତମାନେ ବାହୁଡ଼ି ଆସିଲେ । ଝଣଝାଣ ଶବ୍ଦ ହୋଇ ବନ୍ଦ ହୋଇଗଲା ସିଂହଦ୍ୱାରର ଦରଜା । ରାତି ପ୍ରାୟ ଯୌବନ ବୟସ ଧରିବ ଧରିବ ହେଲାଣି । ସଂପୂର୍ଣ୍ଣ ଜନଶୂନ୍ୟ ନ ହେଲେ ବି ଧୀରେଧୀରେ ମୌନ ହୋଇଆସୁଛି ବଡ଼ଦାଣ୍ଡର ପରିବେଶ । ଦୀପମାନେ ଘିଅ ଖାଇ ବୁଝି ସାରିବା ପରି ସମସ୍ତଙ୍କ ମନ ଥକା ଧରିଲାଣି । କିନ୍ତୁ ସବୁଦିନ ପରି ଆଜି ମଧ୍ୟ ଏକ ବିକଳ ମନ…

ଅଧିକ ପଢ଼ନ୍ତୁ
Kata Gudi

କଟାଗୁଡ଼ି

ସରିତା ହାତରେ ଲଟେଇ ଓ ଗୁଡ଼ି ଧରି ପାଦ ଚାପି ଚାପି ଛାତ ଉପରକୁ ଆସିଗଲା । ନା……….. କେହି କୁଆଡ଼େ ନାହାନ୍ତି । ସକାଳ ହେବାକୁ ଆଉ ଟିକେ ଡେରି ଅଛି । ଏଇଟା ହିଁ ଉପଯୁକ୍ତ ମାହେନ୍ଦ୍ର ବେଳା । ଲମ୍ବିଥିବା କାନିଟିକୁ ଟାଣି ନେଇ ସେ ଅଣ୍ଟାରେ ବାନ୍ଧିଲା । ଲଟେଇରୁ ଧୀରେଧୀରେ ସୁତାକୁ ଛାଡ଼ିବାକୁ ଲାଗିଲା । ଗୁଡ଼ିଟି ପବନର ଗତି ସାଙ୍ଗେ ତାଳ ଦେଇ ସରର୍ ସର୍ କରି ଆକାଶରେ ଉଡ଼ିଗଲା ଆଉ ସାଥିରେ ନେଇଗଲା ସରିତାର ମନକୁ,…

ଅଧିକ ପଢ଼ନ୍ତୁ
Maya - The Story of a hunted bungalow

ମାୟା

ଡରଭୟ… କ’ଣ ଜାଣିନଥିଲେ ସେ, ସୀମାରେ ଶତ୍ରୁବାହିନୀ ଉପରେ ଭୟଙ୍କର ଆକ୍ରମଣ ସମୟରେ ବି ତାଙ୍କ ହାତ କେବେ ଥରି ଉଠି ନଥିଲା ଯାହା କୁହନ୍ତି ମେଜର ପ୍ରତାପଙ୍କର ସହକର୍ମୀମାନେ, ହେଲେ ଡର ଯେ ଦିନେ ତାଙ୍କ ମନରେ ଘର କରିଯିବ ତାହା ସେ କେବେ କଳ୍ପନା କରିନଥିଲେ ! ନିଜ ମୃତ୍ୟୁକୁ ନୁହେଁ ବରଂ ପରିବାର ପ୍ରିୟଜନଙ୍କୁ ହରାଇବାର ଭୟ ! ମେଜର ପ୍ରତାପ ଭାରତୀୟ ସେନାରୁ ଅବସର ପ୍ରାପ୍ତ ହେବାପରେ ତୁରନ୍ତ କାମରେ ଲାଗିପଡ଼ିଲେ ତାଙ୍କର ବହୁ…

ଅଧିକ ପଢ଼ନ୍ତୁ