Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା…

ଅଧିକ ପଢ଼ନ୍ତୁ
Phana

ଫଣା

(୧) ପ୍ରଚଣ୍ଡ ବେଗରେ ସୁଁ ସୁଁ ଶବ୍ଦରେ ପବନ ବହୁଥିଲା । କାହାର ଛାତ-ଛପରର ଟିଣଟିଏ ବାହାରେ ଉଡ଼ି ଯାଉଥିବାର ଭୟଙ୍କର ଦୃଶ୍ୟ ଦେଖି ସନାତନ ନିଜ ପାଖ ଆଖରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଖୋଜିଲେ । କୁଆଡ଼େ ସେ ଦେଖା ଯାଉ ନ ଥିଲେ । ଭିଡ଼ ଭିତରେ ନିଜ ପାଇଁ ସ୍ଥାନ ବାଛି ନେଇ କୋଡ଼ର ଛୁଆଟିକୁ ଜାବୁଡ଼ି ଧରି ବସିଥିବା ରମା ପାଖକୁ ଯାଇ ପଚାରିଲେ, “ଆଲୋ, ତୋ ଶାଶୁ କୁଆଡ଼େ ଗଲା?”…

ଅଧିକ ପଢ଼ନ୍ତୁ
Swabhimani Manisha

ସ୍ୱାଭିମାନୀ ମଣିଷ

ଅଭିମାନ, ଗର୍ବ, ଅହଂକାର ତଥା କ୍ରୋଧ ଓ କଠୋରତା ଏହି ସବୁ ଆସୁରିକ ସମ୍ପଦ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ ସ୍ପଷ୍ଟୀକରଣ କରିଛନ୍ତି । ମାତ୍ର ଆଜିର ମଣିଷ ଭିତରେ ବୋଧହୁଏ ଏହିସବୁ ଗୁଣ ଭଲ ଭାବରେ ଦେଖିବାକୁ ମିଳିଥାଏ । ବୟସ୍କ ବ୍ୟକ୍ତି ତଥା ଯୁବପିଢ଼ିଙ୍କୁ ବାଦ ଦବା ପରେ ମଧ୍ୟ ଶିଶୁ ଓ ବୃଦ୍ଧ ମଧ୍ୟ ଏଇଥିରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅହଂଭାବ ଓ ଗର୍ବ ସେତେବେଳେ ନଷ୍ଟ ହୁଏ ଯେତେବେଳେ ନିଜର…

ଅଧିକ ପଢ଼ନ୍ତୁ
Bastari Ki Saruti

ବାସ୍ତରୀ କି ସତୁରୀ

ମୁକୁନ୍ଦ ମୋ ସହ ହାଇସ୍କୁଲରେ ପଢ଼ୁଥିଲା । ଦଶମ ଶ୍ରେଣୀରେ ଫେଲ୍ ହୋଇଯିବା ପରେ ପାଠପଢ଼ା ଛାଡ଼ି ଜଜମାନୀ ଆରମ୍ଭ କଲା । ତା ନନା ଆମ ସେ ଛୋଟିଆ ସହରରେ ଜଣେ ପୁରୋହିତ ଥିଲେ । ମୁଁ ଏକାଦଶ ପାସ୍ କରି କଲେଜରେ ପଢ଼ିବାକୁ କଟକ ଗଲି । ପ୍ରି-ପ୍ରଫେସନାଲ ପରୀକ୍ଷା ପରେ ଖରାଛୁଟିରେ ଘରକୁ ଆସିଥାଏ । ମୁକୁନ୍ଦ ଦେଖାହେଲା । ତା ମୁହଁଟି ସବୁ ବେଳେ ହସ ହସ । ଉପର ଦାନ୍ତଗୁଡ଼ିକ…

ଅଧିକ ପଢ଼ନ୍ତୁ
Astamangala

ଅଷ୍ଟମଙ୍ଗଳା

ଲୋକଟା କେତେବେଳେ ବି ଚୁପ୍ ରହେନି । ସବୁବେଳେ ବକର ବକର ହେଉଥିବ । ଗାଡ଼ିକୁ ଫାଙ୍କା ରାସ୍ତାରେ ଫୁଲ୍ ସ୍ପିଡ୍‌ରେ ଦୌଡ଼ାଇବା ବେଳେ ହେଉ ବା ଭିଡ଼ ଭିତରେ ଫସିଥିବା ବେଳେ ହେଉ, ସବୁଠି ତା’ଗପ ଚାଲିଥିବ । ଏମିତି ଗପୁଡ଼ି ମୁଁ ଜୀବନରେ ଆଉ କେଉଁଠି ଦେଖିନି । ତା’ର ଏଇ ଗୁଣପାଇଁ ମୁଁ ପ୍ରାୟ ତା’କାର୍‌ରେ ଯିବାକୁ ପସନ୍ଦ କରେନାହିଁ । ଯେଉଁଦିନ ଅନ୍ୟ ସବୁଆଡ଼ୁ ନିରାଶ ହୁଏ, ସେଦିନ ବାଧ୍ୟହୋଇ ତାକୁ…

ଅଧିକ ପଢ଼ନ୍ତୁ