ବସନ୍ତରେ ବର୍ଷା
ତୁମେ କୁହ, ମୁଁ କାଳେ ବର୍ଷା ! ମୋର କୌଣସି ଠିକଣା ନାହିଁ । ଏଇ ଆସେ ଆଉ ଚାଲିଯାଏ । ଦିନ ହଉ କି ରାତି, ପୂର୍ଣ୍ଣିମା ହଉ କି ଅମାବାସ୍ୟା । ସନ୍ଧ୍ୟା ହଉ କି ଅପରାହ୍ନ, ବୈଶାଖ ହଉ କି ଫାଲଗୁନ । ମୁଁ ଅଚାନକ ବର୍ଷିଯାଏ । ହେଲେ ତୁମେ କ’ଣ ବୁଝିବ? ମୁଁ ଯଦି ଆଷାଢ଼ରେ ସରିଯାଏ, ଆଉ ଶ୍ରାବଣରେ ମରିଯାଏ ! ତେବେ ବସନ୍ତରେ ତୁମ କାନ୍ଧ ଓଦା କିଏ କରିବ? ସେଥିପାଇଁ ସେଦିନ ସେ ଅନ୍ଧାର ରାତିର…

