Odia Poem Bhida tharu Alaga (ଭିଡ଼ଠାରୁ ଅଲଗା) by Binay Mohapatra

ଭିଡ଼ଠାରୁ ଅଲଗା

ନିଶବ୍ଦ ଆକାଶ ଉଦବେଳିତ ବିଶାଳ ସମୁଦ୍ର ରାତ୍ରୀ ଯେବେ କଡ଼ଲେଉଟାଏ ତନ୍ଦ୍ରାଚ୍ଛନ୍ନ ଆଖି ଖୋଲି ନିରବରେ ଟିମ୍‌ଟିମ୍ ତାରାମାନଙ୍କୁ ଦେଖେ । ତଳେ ଅଶାନ୍ତ ନିଲାଭ ସମୁଦ୍ରର ବକ୍ଷ ଉପରେ ନିଶ୍ଚନ୍ଦ୍ର ନିଳାଭ ଆକାଶ ଭିଡ଼ଠାରୁ ଅଲଗା ଏକୁଟିଆ ଶାନ୍ତ ଶୀତଳ ନିର୍ଲିପ୍ତ ପ୍ରକାଶ । ପ୍ରାପ୍ତିର ଆଶାନାହିଁ, ହାରିବାର ଦୁଃଖ ନାହିଁ ସତେଅବା କ୍ରିକେଟ ପଡ଼ିଆଟିଏ । କିଏ କେତେ ରନ୍ କଲା କାହାର କେତେ ୱିକେଟ ଉଡ଼ିଲା ତା’ର କିଛି ଯାଏନାହିଁ ଆସେ ନାହିଁ…

ଅଧିକ ପଢ଼ନ୍ତୁ
Odia Poem Prema Bigyan (ପ୍ରେମ ବିଜ୍ଞାନ) by Prashanta Kumar Padhan

ପ୍ରେମ ବିଜ୍ଞାନ

ଦ୍ରବ ଦ୍ରାବକର ସମ ସଖି ଆମେ ଗଢ଼ିବା ପ୍ରେମ ଦ୍ରବଣ ମିଶିଯିବା ଦୁହେଁ ମିଶେ ଯେମିତିକା ସମଜାତୀୟ ମିଶ୍ରଣ ॥ ଲୁହା ଚୁମ୍ବକର ସମ୍ପର୍କ ପରିକା ହେଉଥିବା ଆକର୍ଷିତ ବାହ୍ୟଚାପ କେବେ ରୋକି ପାରିବନି ହୋଇବାକୁ ଏକତ୍ରିତ ॥ ରାସାୟନିକ ପରିବର୍ତ୍ତନ ପରି ହେବନାହିଁ ଆମ ପ୍ରେମ ବନ୍ଧନ ଆମର ହୋଇବ ଯେମିତି ଭୌତିକ ପରିବର୍ତ୍ତନ ॥ ଧାତୁ ସମ ଆମେ କଠିନ ରହିବା ଆସୁ ଯାହା ପରିସ୍ଥିତି ସୁନା ପରି ଆମ ଔଜ୍ଜଲ୍ୟର ଗୁଣ ଆଣିଦେବ…

ଅଧିକ ପଢ଼ନ୍ତୁ
Odia Poem Pranayini (ପ୍ରଣୟିନୀ) by Srikanta Padhan

ପ୍ରଣୟିନୀ

ଆଗତ ଫଗୁଣ ଶୁକ୍ଳ ତୃତୀୟାର ମୀନ ଚନ୍ଦ୍ରେ ଶୁଭ ଲଗ୍ନ ଜନ୍ମ ଜନ୍ମାନ୍ତର ସଂପର୍କ କଟିରେ ବନ୍ଧା ହେବା ସେହି କ୍ଷଣ ॥ ଦିନ ଗଣୁଅଛି ଆହେ ପ୍ରଣୟିନୀ ଉଛୁରା ମନ ମୋ ଚାପି ହୃଦୟ ଝରକା ଖୋଲା ରଖିଅଛି ଆସିବକି କାଳେ ଛପି ॥ ପ୍ରତିଟି ମୂହୁର୍ତ୍ତ ଲାଗେ ଶତ ଯୁଗ ସ୍ଥିର ଲାଗେ ମହୀ ଗତି ପରୀକ୍ଷା କି ନିଏ ନିୟତି ମୋହର ଧୈର୍ଯ୍ୟ ତରାଜୁରେ ନାପି ॥ ମାନସେ ଝଟକେ ସୁପ୍ରତିମା ତବ…

ଅଧିକ ପଢ଼ନ୍ତୁ
Odia Poem Biswas (ବିଶ୍ୱାସ) by Sanskruti Mohanty

ବିଶ୍ୱାସ

ମୋ ବିଶ୍ୱାସର ବିଶ୍ୱକୁ ମୁହୂର୍ତ୍ତକରେ, ଭାଙ୍ଗି ଦେଲା ପରେ, ମୋ ବର୍ଣ୍ଣବିଭା ପୃଥିବୀ ଦିଶୁଥିଲା ଫିକା ଫିକା, ହୃଦୟରେ ଜମି ଯାଉଥିଲା, ପରସ୍ତ ପରସ୍ତ ଧୂଳି । ଆମ ସମ୍ପର୍କର ଡୋରି ସବୁ ଛିଡ଼ିଥିଲା ବୁଢ଼ିଆଣି ଜାଲ ହେଇ । ମୁଁ ବି ଛିଣ୍ଡି ଯାଉଥିଲି, ପୂର୍ଣ୍ଣମୀରୁ ଅମାବାସ୍ୟାର ଚାନ୍ଦ ପରି । ସାଉଁଟୁଥିଲି ଭାଙ୍ଗି ରୁଜି ଯାଇଥିବା, ଆମ ପ୍ରେମ ଆଉ ପ୍ରଣୟର ଭଙ୍ଗା ଆଇନାକୁ । କିନ୍ତୁ ପାରୁନଥିଲି, ଛିଣ୍ଡା ସୂତାରେ ଗଣ୍ଠି ଦେଇ,…

ଅଧିକ ପଢ଼ନ୍ତୁ
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ ପଟ୍ଟଚିତ୍ରର ନାୟିକା, ଶାନ୍ତ ସମୁଜ୍ଵଳ ତୁମ ଉପସ୍ଥିତି ରୋମାଞ୍ଚିତ କରିଥାଏ ପରିବେଶକୁ । ଖୁବ ନିଖୁଣ ତୁମେ ଅଭିନୟରେ… ନିଜ ମନର କଥା ପ୍ରକାଶ କରିବା ବେଶ୍ ଜଣା ତୁମକୁ । ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି ତମ ଆଖିର, ବ୍ୟକ୍ତ କରିଥାଏ ତୁମ ହୃଦୟର ଭାଷା… ଜାଣିଲି ଏତିକି ସ୍ଵପ୍ନ ହେଉ ଅବା ବାସ୍ତବତା ତମେ ହିଁ ମୋ ଜୀବନ ପଟ୍ଟଚିତ୍ରର ସେହି ନିଃଶବ୍ଦତାର ନାୟିକା । – ନଳୀନକାନ୍ତ ଦାଶ ନଳୀନକାନ୍ତ…

ଅଧିକ ପଢ଼ନ୍ତୁ