Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

“ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା’ ଶୋଣିତେ ମିଶା” ମଳୟରେ ଯା’ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ ଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ ଅଇଁଠା ଅବଢ଼ା ଖାଇ ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି ଆନନ୍ଦେ ବିଭୋର ହୋଇ । ଯାହାର ଠାକୁର ଜଗତର ନାଥ ସାଗର ଯା’ ମହୋଦଧି…

ଅଧିକ ପଢ଼ନ୍ତୁ
Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ…

ଅଧିକ ପଢ଼ନ୍ତୁ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ ଏକ ସେଇ ଭାବନାରେ । ଜୀବନ ଏକାଠି ଦରଦରେ ଭରା ଏକ ପଥ, ଏକ ରାହା ହୃଦୟ ପୁସ୍ତିକା ଗହନ ଭାବରେ ଲେଖା ହୋଇଥାଏ ଯାହା । – ଆଶୁତୋଷ ମେହେର ଆଶୁତୋଷ…

ଅଧିକ ପଢ଼ନ୍ତୁ
Odia Poem Saharaku Asilapare (ସହରକୁ ଆସିଲା ପରେ) by Pravat Bal

ସହରକୁ ଆସିଲା ପରେ

ସହରକୁ ଆସିଲା ପରେ ଶିଖିଗଲି କେମିତି ରାଜରାସ୍ତାର କଳା ଆସ୍ତରରେ ଗ୍ରାମ ପଥକୁ କବର ଦିଆଯାଏ ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି ମାର୍ବଲ ଚଟାଣରେ ପାଦ ରଖାଯାଏ । କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ ବିଦେଶୀ ରଙ୍ଗର ଚିତ୍ରରାଜି ଚମକାଏ । ବୋଉର ଝୁମ୍ପୁଡ଼ି କାନ୍ଥରେ ପିଠଉ ବଟା ଅଙ୍କାବଙ୍କା ଝୋଟି ଚିତା ସବୁ କ୍ଷଣକ ଭିତରେ ଲିଭିଯାଏ । କେମିତି ସାହେବମାନଙ୍କ ନୈଶ୍ୟ ଭୋଜିରେ ଦାମୀ ବ୍ୟଞ୍ଜନକୁ ବିଲାତ ଢଙ୍ଗରେ ଫୋପାଡ଼ନ୍ତି, ବସ୍ତିର…

ଅଧିକ ପଢ଼ନ୍ତୁ
Odia Poem Swatantra Pradesh Odisha (ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା) by Samita Sahoo

ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା

ନାଁ ତୋ’ର ଉଡ୍ର, କଳିଙ୍ଗ, ଓଡ଼ିଶା ମମତାମୟୀ ତୁ ସେନେହ ଝରା, ମାତାମହୀ ମୋ’ ଭାରତ ହେଲେ ତୁ ମୋ ଜନନୀ ଶୋକ ପାଶୋରା । ମୋ ପୂର୍ବ ପୁରୁଷ ବିସ୍ତାରିଥିଲେ ଗଙ୍ଗାଠାରୁ ଗୋଦାବରୀ ଚୋଡ଼ଗଙ୍ଗ, ନରସିଂହ, ଅଶୋକ ଖାରବେଳ, ଯଯାତି କେଶରୀ । କଳା ସଂସ୍କୃତିର ଜନମ ଭୂଇଁ ତୁ ଖଣ୍ଡଗିରି, କୋଣାର୍କ, ଲିଙ୍ଗରାଜ ପୁରୀ, ରତ୍ନଗିରି, ଧଉଳି ପାହାଡ଼ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶେଯ । କାଳର କରାଳ ଗତିରେ ଆମେ ହେଲୁ ଯେବେ…

ଅଧିକ ପଢ଼ନ୍ତୁ