You are currently viewing ବୋଉଲୋ ମୁଁ ପରୀକ୍ଷା ଦେବି
Odia Poem Boula Mun Pariksha Debi (ବୋଉଲୋ ମୁଁ ପରୀକ୍ଷା ଦେବି) by Arjun Das

ବୋଉଲୋ ମୁଁ ପରୀକ୍ଷା ଦେବି

ନଅ ମାସ ଯାକ ବୁଲି ବୁଲି ମୁହିଁ
ମନେ ରହିଲାନି ପାଠ
ଏଇ ତିନି ମାସ ପିଆଇ ଦେଲଣି
ପାଠଠୁ ଅଧିକା ଶାଠ ॥

ବାହରେ କୋରୋନା ଡର ମାଡ଼ିଆସେ
ପାରୁନାହି କିଛି ଭାବି
ବରଷ ସାରା ମୁଁ ପାଠ ପଢ଼ିନାହିଁ
ବୋଉଲୋ ମୁଁ ପରୀକ୍ଷା ଦେବି ॥

ଗଣିତ ବହିକୁ ଖୋଲିଲା ବେଳକୁ
ଘୂରି ଯାଉଛି ମୋ ମଥା
ଇଂରାଜୀ ପାଠ ମୁଣ୍ଡେ ପଶୁନାହିଁ
କହିବି ଆଉ କାହା କଥା ॥

କୋରୋନାର ଯେଉଁ ପ୍ରକୋପ ହେଲାଣି
ଶୁଣିକି ଲାଗଇ ଜର
ପରୀକ୍ଷା ତାରିଖ ଶୁଣିଲା ବେଳକୁ
ମନରେ ଆସୁଛି ଡର ॥

ଅନଲାଇନିରେ ପରା କ୍ଲାସ କରିଲେ
ପରୀକ୍ଷାଟା ଯଦି ହେବ
କପି ସପି କରି ସବୁ ଲେଖି ଦେବି
ଭାଇ ମୋର ଜୀବନଟା ବଞ୍ଚିଯିବ ॥

– ଅର୍ଜୁନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ଜୁନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।