Odia Poem Mo Bapa (ମୋ ବାପା) by Nitesh Behera

ମୋ ବାପା

ଆଜି ବି ଜିଇଁଛି ତୁମ ପରିଚୟେ ତୁମେ ମୋର ଆତ୍ମବଳ । କିଏ ହେବ କୁହ ତୁମ ସରି ସତେ ସ୍ୱାର୍ଥ ଆଗେ ଏ କଳିକାଳ ॥ ଚାଲୁଛି ଆଜିବି ତୁମ ଆଦର୍ଶରେ ଦେଇ ନାହିଁ ପଛଘୁଞ୍ଚା । ତୁମ ହାତ ଥିଲେ ମୋ ମଥାରେ ସଦା ଲୋଡ଼ା ନାହିଁ ଦିଅଁ ପୂଜା ॥ ଜନ୍ମରୁ ଅଧୁନା ଦେଇଅଛ ତୁମେ ଅଦେଖା ସ୍ନେହ ମମତା । ଆଜି ବି ନ କହି ସାଉଁଟି ଦେଉଛ କହେ ତୁମ ନୀରବତା ॥ ପାଷାଣ…

ଅଧିକ ପଢ଼ନ୍ତୁ
Odia Poem Haladhara bi Dekhei Swapna (ହଳଧର ବି ଦେଖଇ ସ୍ୱପ୍ନ) by Madhumita Mishra on Akshaya Trutiya

ହଳଧର ବି ଦେଖଇ ସ୍ୱପ୍ନ

ହଳ ଧରି ସିଏ ବିଲକୁ ଯାଇ ସକାଳୁ ସକାଳୁ ସପନ ବୁଣେ, ସୁନେଲି ଫଳକୁ ଫଳେଇ ସେଠି ଯେତେ ଖୁସି ପାରେ ସାଙ୍ଗରେ ଆଣେ । ଚାଷୀର ଆଖିରେ ଥାଏ ସପନ ଫସଲ ହିଁ ଅଟେ ତାହାରି ଧନ, ବିଲ ଅଟେ ତା’ର ମାଆ ପରିକା ଫସଲ କରଇ ଭଳି ଭଳିକା । ହଳ ଲଙ୍ଗଳରେ ତାହାରି ଧ୍ୟାନ ସବୁ ଋତୁ ତାହା ପାଇଁ ସମାନ, ଖରା ଆସିଲେ ସେ ଜମିକୁ ଖୋସେ ବର୍ଷା ଟିକେ ପାଇଁ ଚାହେଁ ଆକାଶେ ।…

ଅଧିକ ପଢ଼ନ୍ତୁ
Odia Bhajan He Bhaba Nabika (ହେ ଭବ ନାବିକ) by Manoranjan Surujal

ହେ ଭବ ନାବିକ

ମଙ୍ଗଳମୟ ହେ ଭବ ସୌଦାଗର ହାଟର ତୁମେ ହାଟୁଆ । ଭବ ରଙ୍ଗ ତଳେ ଅବନୀ ମଣ୍ଡଳେ ରଙ୍ଗମଞ୍ଚର ନାଟୁଆ ॥ ସମର୍ପି ଦେଇଛି ଭଲ ମନ୍ଦ ଯେତେ ଟେକି ନିଅ ବେନି ଭୁଜେ । ହେ ଦୁଃଖୀ ସଙ୍ଖାଳି ଜଞ୍ଜାଳରେ ଜଳି ଆରତେ ତୁମ୍ଭଙ୍କୁ ଖୋଜେ ॥ ଆଗତ ବିଗତ ଜଣା ନାହିଁ ମୋତେ ତୁମ୍ଭେ ଯେଣୁ ଅନ୍ତର୍ଯ୍ୟାମୀ । ଫେଡ଼ିବ କଷଣ ଜୀବ ମୋକ୍ଷ ଧାମ ମନଟି ମରେ ଭରମି ॥ ଚଲା ପଥେ ମୋର କଣ୍ଟା ଫୁଟି…

ଅଧିକ ପଢ଼ନ୍ତୁ
Odia Poem Bujhi Galini (ବୁଝି ଗଲିଣି) by Binay Mohapatra

ବୁଝି ଗଲିଣି

ବୁଝି ଗଲିଣି ମୁଁ ଦୁନିଆଁ ହାଟରେ ବାଣ୍ଟିଦେଲି ଯେତେ ସେତିକି ମୋ ଭାଗେ ଆସିବ ନାହିଁ, ଦେଲାବେଳେ କେବେ ଭାବି ମୁଁ ନ ଥିଲି ପ୍ରତିଦାନ କିଛି ମିଳିବ ବୋଲି । ତଥାପି କେମିତି କହିଦେବି ଆଜି ମିଛ କଥାଟିଏ, ମୋହେ ବୁଡ଼ିରହି ନିଷ୍କାମ ଥିଲା ମନ, ମନ ଗହନରେ ଶୁପ୍ତ କାମନା ଜାଗି ନାହିଁ କେବେ ପାଇବାକୁ ପ୍ରତିଦାନ? ସେନେହ ଯତନ ବାତ୍ସଲ୍ୟ ମମତା ଯେତେ ଯାହା କଲି ସେ ସବୁ ଯେ ମୋର ଧରମ ଥିଲା,…

ଅଧିକ ପଢ଼ନ୍ତୁ
Odia Poem Banchibaku Dia Mote (ବଞ୍ଚିବାକୁ ଦିଅ ମୋତେ) by Satyanarayan Padhan

ବଞ୍ଚିବାକୁ ଦିଅ ମୋତେ

କନ୍ୟା ଭୃଣଟେ ମୁଁ କି ଦୋଷ କରିଲି ପେଟରେ ପକାଅ ମାରି, ଦୁନିଆ ଦେଖିବା ଆଗରୁ କିମ୍ପାଇଁ ଦେଉଅଛ ହତ୍ୟା କରି !? ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି ଦିଅ ଏତେ ବଡ଼ ସଜା, କଲବଲ ହୋଇ ଜୀବନ ମୋ ଯାଏ ତିଳେ ନାହିଁ ତୁମ ଦୟା । ଏଡ଼େ ନିରିଦୟ ହୁଅ କାହିଁ ପାଇଁ ଝିଅଟିଏ ବୋଲି ସତେ, ତୁମ ପରି ମୁହିଁ ଦୁନିଆ ଦେଖିବି ବଞ୍ଚିବାକୁ ଦିଅ ମୋତେ । ବଡ଼ହୋଇ ହେବି ଭଲ ଭଉଣୀଟେ…

ଅଧିକ ପଢ଼ନ୍ତୁ