Odia Poem Hajigala (ହଜିଗଲା) by Niranjan Pande

ହଜିଗଲା

ଶିକ୍ଷାରୁ ଚରିତ୍ର, କର୍ମ ଅପବିତ୍ର, ସମାଜର ହିତ ହଜିଗଲା; ଉଚ୍ଚ ଶିକ୍ଷା ନେଇ, ବଡ଼ ପଦ ପାଇ, ମାନବତା କାଇଁ ହଜିଗଲା? ସ୍ୱାଭିମାନୀ ହୋଇ, ଶାଗପେଜ ପିଇ, ଆନନ୍ଦେ ଚଳିବା ହଜିଗଲା; ଦରମା ଗୋଟେଇ, ଉପୁରି କମେଇ, ଆହୁରି ନିଅଣ୍ଟ ରହିଗଲା । ପରିବାର ପାଇଁ, ରାତିଦିନ ଧାଇଁ, ସପନର ଘର ଗଢ଼ି ଥିଲା; ବାପାକୁ ଦୂରେଇ, ମାଆକୁ ଦୂରେଇ, ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା । ଝିଣ୍ଟିକା ମାରଇ, ବଣିକୁ ପୋଷଇ, ଅଜ୍ଞାନ ଅନ୍ଧାରେ ହଜିଗଲା; ଧର୍ମକୁ…

ଅଧିକ ପଢ଼ନ୍ତୁ
Odia Poem Swagatam Sarat (ସ୍ୱାଗତମ୍ ଶରତ) by Kalyani Nanda

ସ୍ୱାଗତମ୍ ଶରତ

ପାହାନ୍ତିଆ ନରମ ସକାଳରେ, ହରିତ କୋମଳ ଦୁର୍ବାଦଳେ, ନରମ ନରମ ଫୁଲ ପାଖୁଡ଼ାରେ, ଚିକମିକି ତୁହିନାଂଶୁ ହସିଦେଇ କୁହେ, ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି । ସବୁଜ କ୍ଷେତର ଧାରେ ଧାରେ, ମଥା ଦୋହଲାଇ କାଶତଣ୍ଡୀ ବାଆ ସାଥେ, ମାଆ ଜଗତ୍ ଜନନୀଙ୍କୁ ସ୍ୱାଗତ ଜଣାଉଥାଏ, ବୃନ୍ତ ଚ୍ୟୁତ ଶେଫାଳୀ ରାତ୍ରି ଶେଷେ, ଧରା ବକ୍ଷେ ଭୁରୁ ଭୁରୁ ଗନ୍ଧେ, ଚୁପି ଚୁପି କହୁଥାଏ କାନେ କାନେ, ଶରତ ଆସୁଛି.. ଶରତ ଆସୁଛି.. ଶରତ…

ଅଧିକ ପଢ଼ନ୍ତୁ
Odia Poem on Empress Joséphine (ଯୋସେଫାଇନ ଆଗୋ) by BIjaya Parida

ଯୋସେଫାଇନ ଆଗୋ !

ଆନତ ନୟନା ଯୋସେଫାଇନ ଆଗୋ ! ଝୁର ତୁମେ ଏକାକିନୀ କପାଳରେ କର ନୟନରେ ନୀର ଭାବେ ମଗ୍ନା ଅଭାଗିନୀ ।୧। ମରାଳ ଗାମିନୀ ପଙ୍କଜ ନୟନୀ ସୁନ୍ଦରୀ ଅନୁପମା ରୂପ ରାଜି ତବ ସମୟ ପରଶେ ମଳିନ ହୋଇନି ଜମା ।୨। ଚନ୍ଦ୍ର ହଜିଛି ଦିଗନ୍ତର ବୁକେ ନୀରବ ନିଶିଥ ରାତୀ ଫରାସୀ ରାଜ୍ୟର ରାଜରାଣୀ ଆଗୋ ! କାହିଁ ଗଲେ ପ୍ରିୟ ସାଥୀ? ।୩। ନିଜେ ନିଜ ପ୍ରେମେ ଚିର ବନ୍ଦିନୀ ଥରି ଉଠେ…

ଅଧିକ ପଢ଼ନ୍ତୁ
Odia Poem Mane Pade Aji Sedina Katha (ମନେ ପଡ଼େ ଆଜି ସେଦିନ କଥା) by Avijit Sahu

ମନେ ପଡ଼େ ଆଜି ସେଦିନ କଥା

ନା କାଉର କର୍କଶ ରାବ ନା କୁମ୍ଭାଟୁଆ ବଣି, କୋଇଲିର କୁହୁକୁହୁ ସ୍ୱର, ଆଉ ତ ଶୁଭୁନି । ଶୁଭୁ ନାହିଁ ଆଉ ଗୋରୁ ଗୋଠ ହମା ରଡ଼ି, ନାହିଁ ଯେ ବସନ୍ତ, ନା ଅଛି ଶୀତର କୁହୁଡ଼ି । ନା ବସନ୍ତର ଆମ୍ୱ ବଉଳ ନା ଗ୍ରୀଷ୍ମର ଆମ୍ୱତୋଟା, ନାହିଁ ଯେ ଚାଳ ଛପର ସବୁଆଡ଼େ ଖାଲି ବଡ଼ କୋଠା । ଖାଇଲାଣି ନଦୀ ଆଉ ନାହିଁ ଯେ ପୋଖରୀ ମିଳୁନି ଆଉ ତାଳ ସଜ,…

ଅଧିକ ପଢ଼ନ୍ତୁ
Odia Poem Shahid (ଶହୀଦ) by Smrutiranjan Barik

ଶହୀଦ

ସ୍ୱାଧୀନ ଚିତ୍ତର ସ୍ୱାଧୀନ ହସ୍ତରେ, ସ୍ୱାଧୀନ କରଇ ଯୁଦ୍ଧ; ପରାଧିନ ଗ୍ଲାନି ପରର ଗୋଲାମି, ସ୍ୱାଧୀନ ମାଗଇ ସୁଧ ।…୧ ସ୍ୱାଧୀନ ଜନ୍ମଇ ସ୍ୱାଧୀନ ବଢ଼ଇ, ସ୍ୱାଧୀନତା ପରିଚୟ; ଭାବନା ସ୍ୱାଧୀନ କର୍ମରେ ସ୍ୱାଧୀନ, ପରାଧିନ ଦେହେ ଭୟ ।…୨ ସ୍ୱାଧୀନ ମନରେ ସ୍ଵାଭିମାନୀ ଚାଲେ, ସ୍ୱାଧୀନକୁ କରି ଅସ୍ତ୍ର; ପରାଧିନତାର କୁଠାର ନିନ୍ଦାକୁ, ସ୍ୱାଧୀନେ ତଡ଼ଇ ଶସ୍ତ୍ର ।…୩ ସ୍ୱର୍ଣ୍ଣର ଚଢ଼େଇ ନାମରେ ବିଖ୍ୟାତ, ସ୍ୱାଧୀନ ବିଶାଳ ଦେଶ; ପଞ୍ଜୁରୀ ଭିତରେ ପକ୍ଷୀ ଛଟପଟ, ବନ୍ଦୀର…

ଅଧିକ ପଢ଼ନ୍ତୁ