Odia Poem Laxmi Narayani (ଲକ୍ଷ୍ମୀ ନାରାୟଣୀ) by Mamata Sahu

ଲକ୍ଷ୍ମୀ ନାରାୟଣୀ

ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ ॥ ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର ସେ ମାସର ଗୁରୁବାର ଅତି ପ୍ରିୟ ତୋ’ର ॥ ସେଦିନ ଉଷାରୁ ଉଠି କରି ଶୁଚି ମନ ଘରର ଘରଣୀ ମାନ କରନ୍ତି ପୂଜନ ॥ ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୂର ॥ ବଢ଼ା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ ଫଳମୂଳ ଖିରି ପିଠା ଭାତ…

ଅଧିକ ପଢ଼ନ୍ତୁ
Odia Poem Margashirara Gurubara (ମାର୍ଗଶିରର ଗୁରୁବାର) by Sujata Dash

ମାର୍ଗଶିରର ଗୁରୁବାର

ଘରେ ଘରେ ଓଡ଼ିଆ ଚିତା ଝୋଟି ଠାକୁର ଘରେ ମାଣ ଆଉ ବେଣ୍ଟି ଆଖୁ ଅଦା ସୋରିଷ ଫୁଲ ଆଉ କଦଳୀ ମହାଲକ୍ଷ୍ମୀଙ୍କୁ କରେ ଆବାହନୀ ଓଡ଼ିଆ ଘରର ଖାଣ୍ଟି ଓଡ଼ିଆଣୀ । ସକାଳ ବାଳ ଭୋଗ ସାରି ଖେଚୁଡ଼ି ଡାଲମା କ୍ଷୀରି ରାଈ ଆଉ ଶାଗ ତରକାରୀ ଦହି ପଖାଳ କାଲୁଆ ସାରି ଭରିଛି ପିଠାର ପସରି । ଗାଁରୁ ସହର ଯାଏ ଦେଶରୁ ବିଦେଶ ଯାଏ ଅଶିକ୍ଷିତା ଅବା ଉଚ୍ଚ ଶିକ୍ଷିତା ଧନୀଠୁ ନିର୍ଦ୍ଧନ ଯାଏ ସବୁ…

ଅଧିକ ପଢ଼ନ୍ତୁ
Odia Poem Chandrama (ଚନ୍ଦ୍ରମା) by Sunanda Mohanty

ଚନ୍ଦ୍ରମା

ରାତି ସହଚରୀ ଦିନରେ ଅପସରି କୋଉଠି କେମିତି ରୁହ ଚାନ୍ଦିନୀ ରାତିର ପୁନେଇ ଜହ୍ନ ଗୋ ଅମାବାସ୍ୟାରେ କୁଆଡ଼େ ଯାଅ? ଚନ୍ଦ୍ରମା ହୀନା ରଜନୀ ଭଲଲାଗେନା ଦୂରେଇ କାହିଁକି ରୁହ? ମଣିଷ ଜନମ ଭାରି ହୀନିମାନ କେତେ ବା ଜାଣିବି କୁହ ସବୁଜାଣେ ବୋଲି କେମିତି କହିବି ଚନ୍ଦ୍ରମା ଦେଖିନିଅ ଆଖି ଲୁହ ତୁମ ସ୍ପର୍ଶରେ ବିଭୋର ଦୁନିଆଁଟାଯାକ ମୁଁ ନହେବି କେମିତି କୁହ ସୂର୍ଯ୍ୟଙ୍କପରି ସତ୍ୟ ତୁମେ ଗୋ ଚନ୍ଦ୍ରମା ରାତି ଆକାଶରେ ତାରାମେଳେ ରୁହ…

ଅଧିକ ପଢ଼ନ୍ତୁ
Odia Poem Atma Anweshana (ଆତ୍ମ ଅନ୍ୱେଷଣ) by Manas Ranjan Nayak

ଆତ୍ମ ଅନ୍ୱେଷଣ

ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି। ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ ।…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Disha Nayak

ଜୀବନ

ଏ ଜୀବନ ଏକ ମିଠା ଇତିହାସ ଅଧାଲେଖା ଗପ ବହି । ଏ ଜୀବନ କେବେ ଆଖି ଦୁଇ ଧାରୁ ବହୁଥିବା ଏକ ନଦୀ ଏ ଜୀବନ ଶୁଖିଲା ପତ୍ର ପରି ଅଦିନିଆ ବାଆରେ ପଡ଼ିଥାଏ ଝଡ଼ି… ଏ ଜୀବନ ଏକ ଦୀପ ଶିଖାଟିଏ ପରି ସ୍ନିଗ୍ଧ ସମୀର ଦିଏ ତାକୁ ଲିଭାଇ… – ଦିଶା ନାୟକ ଦିଶା ନାୟକଦିଶା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ…

ଅଧିକ ପଢ଼ନ୍ତୁ