
ଅଜା ଓ ଆଈର ବଜାର ବୁଲା
ଅଜା ଆଈ ଗଲେ ବଜାର ବୁଲି ସାଥିରେ ନେଲେ ନାତିକୁ, ରିକ୍ସା ଚଢ଼ିଲେ ଆନନ୍ଦରେ ଗଲେ କିଣିବେ ବଜାରଟାକୁ । ଆଈ ପିନ୍ଧିଥିଲା ପାଟ ଶାଢ଼ୀଟିଏ ପାଟିରେ ଲଗାଇ ନାଲି, କଳା ଚଷମାରେ ପାକୁଆ ପାଟିରୁ ପାନ ଛେପ ଯାଏ ଗଳି ।୦୧। ପାଦରେ ତାହାର ଅଳତାର ଗାର ମୁଣ୍ଡରେ ସିନ୍ଦୂର ଟୋପା, ଧଳା କଳା ଚୁଟି ବଗ ମଧ୍ୟେ କାକ ଦିଶୁଥିଲା ପୂରା ତୋଫା । ଅଜା ପିନ୍ଧି ଥିଲେ ଧୋତି ଓ ପଞ୍ଜାବୀ ଉପରେ…