Abatari Purusha (ଅବତାରୀ ପୁରୁଷ) Odia poem by Ipsita Priyadarsini Parida

ଅବତାରୀ ପୁରୁଷ

ଧରା ଧାମେ ଯେବେ ବଢ଼ିବ ଅନ୍ୟାୟ ତୁମେ ଯେ ନିଅ ଅବତାର, ଅବତାରୀ ପୁରୁଷ ଆହେ ଯୋଗେଶ୍ୱର ତୁମଠାରୁ ମୋତେ ନକରିବ ଅନ୍ତର ॥ ତୁମ ଚରଣରେ କରୁଛି ପ୍ରାର୍ଥନା ଦିଅ ଆର୍ଶୀବାଦ ତୁମେ ଅଜାଡ଼ି, ଅନ୍ତଃସ୍ଥ ରିପୁ ବିନାଶ କର ହେ ଜୀବନ ସଙ୍ଗୀତ ହେଉ ସଜାଡ଼ି ॥ ଜଞ୍ଜାଳ ପୂରିତ ଜୀବନ ସଂଗ୍ରାମେ ତୁମ ବିନୁ କେ ଉଦ୍ଧାରିବ ଭଲା, ତୁମ’ଠାରେ ଲୟ ତୁମଠି ବିଲୟ ତୁମେ ମୋର ଜପାମାଳା ॥ ସମୟ ଡୋରିରେ…

ଅଧିକ ପଢ଼ନ୍ତୁ
Banabhoji Pain Jojana (ବଣଭୋଜି ପାଇଁ ଯୋଜନା) by Ramesh Chandra Behera

ବଣଭୋଜି ପାଇଁ ଯୋଜନା

ଆସି ଯାଇଛି ବଣଭୋଜିର ଋତୁ ଆସ ଆମେ ବଣଭୋଜି ପାଇଁ ଯୋଜନା କରିବା ନୂତନ ବର୍ଷର ଆଗମନ ଚଳଚଞ୍ଚଳ ଗାଆଁଠୁ ସହର ପରିବେଶର ସୌନ୍ଦର୍ଯ୍ୟ, ସବୁଜିମାରେ ରଙ୍ଗେଇ ହୋଇ ଖୁସିକୁ ଦ୍ୱିଗୁଣିତ କରୁଛି । ଶୀତର ଲହରୀ ମନକୁ ଅଥୟ କରୁଛି ନା ଅଛି ସୂର୍ଯ୍ୟର ପରାକ୍ରମ ନା ଅଛି ବାଦଲ ଚତୁର୍ଦ୍ଦିଗ କୁହୁଡ଼ିର ଚାଦର ବିଛେଇ ହୋଇଯାଇଛି ଘାସ ପତ୍ରରେ କାକର ବିନ୍ଦୁର ସୁନ୍ଦରତା ମନକୁ ଆକୃଷ୍ଟ କରୁଛି ପ୍ରକୃତିରାଣୀ ଅଭିନନ୍ଦନ କରିବା ପାଇଁ ନିଜକୁ ପ୍ରସ୍ତୁତି…

ଅଧିକ ପଢ଼ନ୍ତୁ
Swapna (ସ୍ୱପ୍ନ) Odia Poem by Sanatan Das

ସ୍ୱପ୍ନ

ଏଇ ଯେ କାଲି ରାତିରେ ତୁମେ ଆସିଥିଲ, କେଉଁ ଏକ ନିର୍ଜନ ପ୍ରହରେ । ଭାଙ୍ଗି ଦେଇ ନିଦ ମୋର ଚାଲିଗଲ ନିଦ ସବୁ ନେଇ ମୋ ଆଖିରୁ, ତୁମ ପଣତ କାନିରେ ସରାଗେ ସାଇତି କରି । ସେଇଦିନ ଠାରୁ ନିଦ ଆସୁନି ସାଥୀ ହୋଇ ମୋର । ବିନିଦ୍ର ରଜନୀରେ ଛଟପଟ ହେଉଛି, ତୁମର ଟିକେ ଝଲକ ଦେଖିବାକୁ । ଫେରିଆସନା !! ମୋ ନିଦକୁ ଦିଅ ଫେରାଇ, ପୁଣି ଥରେ ମୁଁ ଦେଖିବି ସ୍ଵପ୍ନ । ଆଉ ଅପେକ୍ଷା କରିବି ତୁମ…

ଅଧିକ ପଢ଼ନ୍ତୁ
Samparka Odia Poem by Ashrit Mohapatra

ସମ୍ପର୍କ

ସମ୍ପର୍କଟା ଏକ ନିଆରା ଦୁନିଆ ସର୍ବବ୍ୟାପୀ ତା’ର ଭୂମିକା । ଭଲ ପାଇବାର ଚଲାସାଥି ସିଏ କେବେ ଆସେ ଦିଏ ଧୋକା ॥ ବିଶ୍ୱାସକୁ ଡାକେ ନୂଆ ପରିଚୟେ ବନ୍ଧନକୁ ନିଏ କିଣି । ଏସାରା ଜଗତେ ବନ୍ଧୁତ୍ୱରେ ଆସି କରିଥାଏ ସର୍ବ ଋଣି ॥ ମାନ ଅଭିମାନ, ରାଗରୁଷା ରଖେ ହସ-କାନ୍ଦ ମିଶ୍ରଣରେ । କେବେ କେବେ ଆଣେ ପ୍ରତିଶୋଧ ଛିଟା ଅଚିହ୍ନା ଓ ଅଜଣାରେ ॥ ସମ୍ପର୍କଟା ଏକ ରଙ୍ଗୀନ ପ୍ରଜାପତି ସହସ୍ର ତାହାରି ରୁପ । ପ୍ରେମ ଫଗୁଣ…

ଅଧିକ ପଢ଼ନ୍ତୁ
Samudra Odia Poem by Eli Mohanty

ସମୁଦ୍ର

ସବୁ ସମ୍ଭାବ୍ୟ ଆସନ୍ନତାରୁ ବାରମ୍ବାର ଉତ୍ତାରି ଆଣିଲି ନିଜକୁ ବାରମ୍ବାର ରଦ୍ଧ କଲି ନିଜ ସହ ନିଜ ସନ୍ଧିର ଚୁକ୍ତିପତ୍ର କଣିକାଏ ଆଲୁଅର ଅର୍ଦ୍ଦଳୀରେ ଆଣ୍ଠୁମାଡ଼ି ହାତଯୋଡ଼ି ମୁଣ୍ଡ ନୁଆଇଁ ପଥର ପାଲଟିଥିବା ପ୍ରର୍ଥନା ସବୁ ଭାଷିଯିବା ପରେ ଫୁଟିପଡ଼ିଲା ଲୁଣ ରକ୍ତ, ହାଡ଼ ଓ ଆତ୍ମାରୁ, ମୋ ଆସ୍ପର୍ଦ୍ଧା ତ ଦେଖ ତଥାପି ମୁଁ ଅସ୍ୱୀକାର କଲି ଆଲିଙ୍ଗନ ଘୁଞ୍ଚିଗଲି ଘୁଞ୍ଚେଇନେଲି ମୋ ଅଥୟ ପାଦ ଆଖି ଖୋଲାରଖି ଶୁଖେଇ ନେଲି ଆଖିପତା ସେଇ ଦି…

ଅଧିକ ପଢ଼ନ୍ତୁ