ମୁଁ ପରା ଝିଅଟେ
ମୁଁ ପରା ଝିଅଟେ !! ମୁଁ ଅଭିମାନୀ-ସ୍ୱାଭିମାନୀ ତରୁଣୀ ତରଳ ତରଙ୍ଗିଣୀ… ମୋ’ଠୁ ହିଁ ଆଜନ୍ମ ସମ୍ପର୍କ, ସମ୍ବନ୍ଧର ମହମହ ଗନ୍ଧ ପରିଚିତ ଥାଇ ବି ଅପରିଚିତା ମୁଁ ସଂଜ୍ଞାହୀନ, ପ୍ରଜ୍ଞାହୀନ ଏ ଜୀବନ !! ମାଛିକୁ ମ ବୋଲି କହେନି, କି ବଡ଼ ପାଟିରେ ହସେନି ବେଦ ମନ୍ତ୍ର ଉଚ୍ଚାରେ ପୁଣି ଲକ୍ଷ ଲକ୍ଷ ନିୟମ ମାନି ଶେଷରେ ନିର୍ବାସିତ ବି ହୁଏ… କେବେ ଯୌତୁକ ନିଆଁରେ ତ କେବେ ଅଗ୍ନିପରିକ୍ଷାରେ, କେବେ ଇତିହାସର ପଶା ପାଲିରେ ତ…

