Odia Poem Atita Jebe Chein Uthe (ଅତୀତ ଯେବେ ଚେଇଁ ଉଠେ) by Sakuntala Parida

ଅତୀତ ଯେବେ ଚେଇଁ ଉଠେ

ଦେହରୁ ସେ ଘା’ ସୁଖିଯାଇିଛି ସତ ହେଲେ ମନରେ ହେଇଥିବା ସେ ଘା’ ଏବେବି ତାଜା ଅଛି ॥ ଆଖିରୁ ଲୁହ ସୁଖିଯାଇଛି ସତ ହେଲେ ହୃଦୟରେ କହୁଳୁଥିବା ସେ କୋହ ଏବେବି କଇଁ କଇଁ ହୋଇ କାନ୍ଦୁଛି ॥ ଏବେବି ଓଠରେ ହସ ଅଛି ସତ ହେଲେ ସେ ଅସ୍ତଗାମୀ ସୂର୍ଯ୍ୟର ଦିଗବଳୟ ଭିତରେ ସେ ଚେହେରାଟି ହଜିଯାଇଛି ॥ ଏ ହୃଦୟଟି କାହା ପାଇଁ ପଥର ପାଲଟିଯାଇନି ବାସ୍ ଖାଲି ଭାଙ୍ଗିଯାଇଥିବା ସମ୍ପର୍କକୁ ଖୋଜିଚାଲିଛି…

ଅଧିକ ପଢ଼ନ୍ତୁ
Odia Poem/Bhajan Ahe Lilamaya (ଆହେ ଲୀଳାମୟ) by Shantanu Kumar Rout

ଆହେ ଲୀଳାମୟ

ତୁମ କରୁଣାରୁ ଚାଲିଛି ସଂସାର ରଥ ତବ ପାଦତଳେ ଏ ଜୀବନ ଯାଉ ଆହେ ପ୍ରଭୂ ଜଗନ୍ନାଥ…!! ଏ ଭବ ସାଗରେ ସଂଜ୍ଞାହୀନ ମୁଁ ଯେ ଜୀବିତ ତୁମରି ପାଇଁ ଜୀବ ଗଲା ବେଳେ ତୁମେ ଟାଣି ନିଅ ଆହେ ଭାବର ଗୋସାଇଁ…!! ସଂକଟେ ଅଭାବେ କି କାର୍ଯ୍ୟ କରିବି ବୁଡ଼ି ଯାଉଛି ମୋ ଭେଳା ସବୁ ସଂକଟରୁ ତୁମେ ଉଦ୍ଧାରୁଛ ଆହେ ପ୍ରଭୂ ଚକାଡୋଳା…!! ଜିତିବା ହାରିବା ପାଇ ହଜେଇବା ଦେଖାଅ ସବୁରି ପଥ ଭଲ…

ଅଧିକ ପଢ଼ନ୍ତୁ
Odia Poem Asha (ଆଶା) by Samar Bhallav Bhoi

ଆଶା

ପରିବାର ଏକ ସମ୍ପର୍କର ସହର ପିତାମାତା ସନ୍ତାନ ସନ୍ତତି ଅବା ବନ୍ଧୁ ବାନ୍ଧବୀ ଆଉ ସହୋଦର ସଭିଏଁ ବନ୍ଧନ ସ୍ନେହ ମମତାର ଭଲ ମଣିଷଟିଏ ହେଉ ସନ୍ତାନଟି ଦେଶ ମାତୃକାର ମସ୍ତକରେ ବିଜୟର ଟୀକା ଭରିଦେଉ ଆଶା ଥାଏ ସବୁ ପିତାମାତାଙ୍କର ଭିନ୍ନ ଭିନ୍ନ ଆଶାରେ ପାରି ହୁଅନ୍ତି ଏ ଜୀବନ ସଂସାର ପାରାବାର ॥ ଭ୍ରମରଟି ଘୂରିବୁଲେ ବଗିଚାରେ ଆଶା ରଖି ଫୁଲରୁ ମଧୁ ସଂଗ୍ରହର ପଞ୍ଚମ ସ୍ୱରରେ ଗୀତଟିଏ ଗାଇବାକୁ କୋଇଲିଟି ଆଶା ରଖି…

ଅଧିକ ପଢ଼ନ୍ତୁ
Odia Bhajan/Poem Karuna Heu Ahe Mahabahu (କରୁଣା ହେଉ ଆହେ ମହାବାହୁ) by Manas Das

କରୁଣା ହେଉ ଆହେ ମହାବାହୁ

ଆହେ କାକ ପକ୍ଷୀ ଅଦିନରେ ଆସି ଦେଲୁ ତୁ କି ଡାକି, ଆଉ ମୋର ଅଛି କିଛି ସୁଝିବାକୁ ବାକି । ଆହେ ମହାବାହୁ ତୁମେ କରିଦିଅ କ୍ଷମା, ଶେଷ ନିଶ୍ଵାସ ଥିବାଯାଏ ମୁଁ ଭୁଲି ପାରିବିନି ଜମା । କିଛି ସମୟ ମାଗୁଛି ପ୍ରଭୁ ଦେଇଦିଅ ତୁମେ, କିଛି ପ୍ରତିଶ୍ରୁତି ଅଛି ପୂରା କରିଦେବି ଏହି ଜନ୍ମେ । ଭୁଲ୍ ଯାହାବି କରିଛି ମତେ କରିଦେବେ କ୍ଷମା, ମୁଁ ହସ୍ତାନ୍ତର କରିଦେଇଛି ତୁମେ ଦେଇଥିବା ଜିମା…

ଅଧିକ ପଢ଼ନ୍ତୁ
Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ଆଲିଙ୍ଗନର ବୟଃପ୍ରାପ୍ତି

ପ୍ରଥମ ବର୍ଷ; କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ । ଦ୍ଵିତୀୟ ବର୍ଷ; ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ । ତୃତୀୟ ବର୍ଷ; ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ । ଚତୁର୍ଥ ବର୍ଷ; ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି…

ଅଧିକ ପଢ଼ନ୍ତୁ