Mangala Maya

ମଙ୍ଗଳ ମୟ

ତୁମରି ଦାନର ସୀମା ନାହିଁ ପ୍ରଭୁ ତୁମେ ଯେ ମଙ୍ଗଳମୟ । ବଞ୍ଚିବା ପାଇଁ କି ସବୁତ ଦେଇଛ କୃପାଳୁ ହେ ଦୟାମୟ ॥ ଚାଲିବା ପାଇଁ କି ଗୋଡ଼ ଦୁଇ ମୋର ଶୁଣିବା ପାଇଁ କି କାନ । ଶ୍ରମ କରିବାକୁ ଦେଲ ହାତ ଦୁଇ ଦେଖିବାକୁ ଏ ନୟନ ॥ ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ ନିଶ୍ୱାସ ପ୍ରଶ୍ୱାସେ ନାକ । ଜଳ ସ୍ଥଳ ଗିରି ଆକାଶ ରଚିଲ ଆଉ କି ମାଗିବି ସୁଖ ॥ ସୁଖ…

ଅଧିକ ପଢ଼ନ୍ତୁ
Hera Panchami

ହେରା ପଞ୍ଚମୀ

ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ । ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥ ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ । ଏଗାର ଦିନର ଯାତ୍ରା ଯେ କରୁଛ କରି ମୋତେ ଏକାକିନୀ ॥ କି ପାପ କଲି ମୁଁ କାହିଁ ଦିଅ ଦୁଃଖ ବରଷକେ ଥରେ ମୋତେ । ଇଚ୍ଛା ଯେ ହୁଅଇ କରିବାକୁ ମୋର ରଥଯାତ୍ରା ତୁମ ସାଥେ ॥ ରହି ମୁଁ ପାରୁନି ସହି…

ଅଧିକ ପଢ଼ନ୍ତୁ
Jagaku Heichi Jara

ଜଗାକୁ ହେଇଛି ଜର

ଜ୍ୱରରେ ପୀଡ଼ିତ କାଳିଆ ସାଆନ୍ତ, ବ୍ରହ୍ମାଣ୍ଡ ଠାକୁର ବୋଲି ତତେ ବୋଲାଏ ଜଗତ । ଜ୍ୱରରେ କମ୍ପୁଛୁ ଆହେ ବ୍ରହ୍ମାଣ୍ଡ ଗୋସାଇଁ, ଚିକିତ୍ସିତ ହେଉ ଅଣସର ଘରେ ରହି । ଦୁଃଖୀ ରଙ୍କିଙ୍କ ସାଥି ବୋଲାଉରେ ତୁହି, ରତ୍ନବେଦୀ ଛାଡ଼ି ଆସିଲୁ ତୁ ଧାଇଁ । ଜଗତର ନାଥ ଆହେ ଜଗନ୍ନାଥ, ତୋ ଦର୍ଶନ ପାଇଁକି ଚାହିଁ ରହିଛି ତୋରି ଭକତ । ବଡ଼ ଦେଉଳ ଆଜି ଲାଗେ ଖାଲି ଖାଲି, ଭଲ ବି ଲାଗେନି ଆଜି ଶରଧାର ବାଲି, ଫୁଲୁରି ତେଲର…

ଅଧିକ ପଢ଼ନ୍ତୁ
Kahare Kalia

କହରେ କାଳିଆ

କହରେ କାଳିଆ କେଉଁ ଭୁଲ କଲି ଶୁଣୁନାହୁଁ ମୋର ଡାକ ଭକ୍ତ ବିନୋଦିଆ ନାମ ଘେନିଅଛୁ ରଖିଦେ ତୋହରି ଟେକ । ବାର ବାର ମତେ ଫେରେଇ ଦେଉଛୁ ସିଂହ ଦୁଆରରୁ ତୋର ଅଣଦେଖା ତୁରେ କାହିଁକି କରୁଛୁ ମୁଁ କି ଅବା ତୋର ପର । ଦାସିଆ ହାତରୁ ନଡ଼ିଆକୁ ନେଲୁ ବଳରାମେ ରଥେ ଉଭା ମୋହରି ଆଖିରେ ଲୁହ ଭରି ଦେଇ ତୋ ଓଠେ, ହସ କି ପାଉଛି ଶୋଭା?? ଦେଉଳରେ ରହି ରତ୍ନ ଖଟେ ଶୋଇ…

ଅଧିକ ପଢ଼ନ୍ତୁ

ଆହେ ଜଗନ୍ନାଥ

ହେ ବିଶ୍ଵ ନିୟନ୍ତା ଜଗତ କରତା ଆହେ ପ୍ରଭୁ ଜଗନ୍ନାଥ ତୁମ ଇସାରାରେ ଚାଲେ ଏ ସଂସାର ତୁମେ ପରା ସର୍ବବ୍ୟାପ୍ତ । (୧) ତୁମେ ନାରାୟଣ କରୁଣା ସାଗର ତୁମେ ଅଟ ଅନ୍ତର୍ଯ୍ୟାମୀ ଅନନ୍ତ ଅସୀମ ଅନୁପମ ତୁମେ ଆହେ ଜଗନ୍ନାଥ ସ୍ୱାମୀ । (୨) ନୀଳାଚଳ ଧାମେ ରତନବେଦିରେ ପ୍ରଭୁ ତୁମେ ବସିଅଛ ଦୁନିଆରେ ଯେବେ ଯାହା ଘଟୁଅଛି ସବୁ ତୁମେ ଦେଖୁଅଛ । (୩) ଲୀଳାମୟ ପ୍ରଭୁ ଦୟାର ଠାକୁର ଏତିକି କରୁଛି ମିନତୀ ରଖିଥାଅ ପ୍ରଭୁ…

ଅଧିକ ପଢ଼ନ୍ତୁ