aprasasta-jibanara-eka-adhyaya

ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

“ଦଇବ ଦଉଡ଼ି ମଣିଷ ଗାଈ” । ଜୀବନରେ ସମସ୍ତେ ଏକ ସଂକୀର୍ଣ୍ଣ ପଥ ଖୋଜନ୍ତି ଯେମିତି ସେମାନଙ୍କ ଯାତ୍ରାରେ ବାଧା ସୃଷ୍ଟି ନହୁଏ । ଏମିତି ଅନେକ ବୃଥା ପ୍ରୟାସ କରି କ୍ଲାନ୍ତ ସମୟରୁ ଅବସର ନେଇ ପୁରୀ ଯିବାପାଇଁ ମନସ୍ଥ କଲି । ଚିନ୍ତାଗ୍ରସ୍ତ ମନରେ କିଛି ଅପୂର୍ଣ୍ଣ ବେଦନାର ହାହାକାର ଶୁଭୁଥିଲା । ପାଠ ପଢ଼ିବା ପାଇଁ ଗାଁ’ରୁ ସହର ସିନା ଚାଲିଆସିଥିଲି ହେଲେ ଏବେ ପର୍ଯ୍ୟନ୍ତ ବେକାରୀ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ଦିଗହରା ପ୍ରଶ୍ନର ଉତ୍ତର ପାଇବା ଆଶାରେ…

ଅଧିକ ପଢ଼ନ୍ତୁ
anubhutire-shreekshetra

ଅନୁଭୂତିରେ ଶ୍ରୀକ୍ଷେତ୍ର

ମୁଁ ସ୍ୱର୍ଗତଃ ଭିକାରୀ ବଳ କିମ୍ବା ବନ୍ଧୁ ମହାନ୍ତି ନୁହେଁ । ମୁଁ ସେହି ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟରୁ ଜଣେ, ଯାହାର ପ୍ରାଣ କାଳିଆ ପାଇଁ କାନ୍ଦେ, ଯାହାର ହୃଦୟ ଜଗା କରୁଣାରେ ସ୍ପନ୍ଦିତ ହୁଏ ଆଉ ଯାହାର ମନ କଳାସାଆନ୍ତ ପାଖରେ ବନ୍ଧକ । ଏପରି ଓଡ଼ିଆକୁ ବହୁତ କଷ୍ଟ ହୁଏ ଯେତେବେଳେ ତା ବିଶ୍ୱାସରେ ଏ ଦୁନିଆ ପ୍ରଶ୍ନବାଚୀଟିଏ ଆଙ୍କିଦିଏ । ଏହି ଯେପରି ନବକଳେବରରେ ବିଭ୍ରାଟ ହେଉ ବା ଜଗନ୍ନାଥଙ୍କ ନିତିରେ ଅନିୟମିତତା ହେଉ ଅଥବା…

ଅଧିକ ପଢ଼ନ୍ତୁ
akhil-bhainku-chithitie

ଅଖିଳ ଭାଇନାଙ୍କୁ ଚିଠିଟିଏ

ପ୍ରିୟ ଅଖିଳ ଭାଇନା, କେମିତି ଅଛ? ନାକଟା ଚିତ୍ରକର ପାଖେ ଏବେ ବହି ଖୋଲି ପଢିବାକୁ ଅଜସ୍ର ସମୟ ଥିବ, ନୁହେଁ? ତୁମ ସହ ବସି ବରା ଘୁଗୁନି ଖାଇ ଅନୁଗୁଳର ସ୍ମୃତିକୁ ଲେଉଟାଇ ଦେଖିବା ଆଗରୁ ତମେ ଚାଲିଗଲ । ଗଲ ଯେ ଆମକୁ ପଦଟିଏ କହିଲନି ବି ! ଭୁବନେଶ୍ୱର ଆସିଲେ ଜଣାଉଥିବା ଅଖିଳ ଭାଇନା ସେପୁରକୁ ଯିବା ଆଗରୁ ଥରୁଟିଏ ବି ଆମ କଥା ଭାବିଲେନି ! ତମସହ ମିଶିବା ଆଗରୁ ଭାବୁଥିଲି କେମିତିକା ମଣିଷଟିଏ ହେଇଥିବ…

ଅଧିକ ପଢ଼ନ୍ତୁ
babamani-sunaharini-katha

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ +୨ ପଢ଼ିବା ବେଳର କଥା, କଲେଜରୁ ଖଣ୍ଡେ ଖଣ୍ଡେ ଆଇଡ଼େଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ ନାହିଁ । ବସ ବାଲାଏ ରିହାତି ଦେବାକୁ ଏକ ରକମ ବାଧ୍ୟ, ଯଦି ନ ଦିଅନ୍ତି ତେବେ ଗଛ ଉହାଡ଼ରୁ ଟେକା ପଥର ଆସିବାରେ କିଛି ଅସୁବିଧା ନାହିଁ । ଯଦିଓ ରିହାତି ବିଷୟରେ ସରକାର କିଛି…

ଅଧିକ ପଢ଼ନ୍ତୁ
gaon-jatra-katha

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ । ସାଙ୍ଗ ମେଳରେ ନିଜ ବୀରତା (ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶରେ । ଆମ ଗାଁ ପାଖ ଗାଁରେ ମକରସଂକ୍ରାନ୍ତିକୁ ଯାତ୍ରା ହୁଏ । ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା; ପ୍ରତିଦିନ ସାଇକଲରେ ପଢ଼ିବାକୁ ଗଲା ବେଳେ…

ଅଧିକ ପଢ଼ନ୍ତୁ