ମୋ ବାପା କେମିତି

ଯେତେବେଳ କେହି ମୋତେ କୁହନ୍ତି, “ଦେଖିଲ ବାପାର ସବୁ ଗୁଣ ଆଣିଛି ଏ ଛୁଆ । ମା’ର ତ ଅବିକଳ ମୁହଁ ଛଡ଼େଇ ଆଣିଛି ସେ !”, ସେତେବେଳ ମୋତେ ଭାରି ଖୁସି ଲାଗେ । ମନରେ ଗୋଟେ ଅକୁହା ଖୁସି ଭରିଯାଏ । ଆମେ ତିନି ଭଉଣୀ; ମୁଁ ସାନ ଝିଅ । ସମସ୍ତେ କୁହନ୍ତି ବାପା ମାଆଙ୍କର ସାନ ଝିଅ କୁଆଡ଼େ ବେସି ଗେହ୍ଲା, ହେଲେ ମୋତେ ଲାଗେ ଏଇ ସବୁ ମିଛ କଥା…

ଅଧିକ ପଢ଼ନ୍ତୁ
କେତେ ବ୍ୟସ୍ତ ଏ ଜୀବନ

କେତେ ବ୍ୟସ୍ତ ଏ ଜୀବନ

ଆଗକୁ ବିଶ୍ଵକର୍ମା ପୂଜା, ସେଥିପାଇଁ ବୋଧହୁଏ ଇନ୍ଦ୍ରଧନୁ ମାର୍କେଟ୍ ଥିଲା ଟିକେ ଜନଗହଳପୂର୍ଣ୍ଣ । ଆକ୍ଟିଭା ନେଇ ସେଇ ଭିଡ଼ ଭିତରୁ ବିବ୍ରତ ହେଇ ବାହାରିଲା ବେଳକୁ ଦେଖା ହେଲେ ସାର୍ । ହୋଣ୍ଡା ୟୁନିକର୍ନ, ଟୋପି ଆଉ ମୁଁହରେ ହସ ଠିକ୍ ସେମିତି ଥିଲା ଯେମିତି ବାର ବର୍ଷ ତଳେ ମୁଁ ଦେଖିଥିଲି । ହାତ ଯୋଡ଼ି ନମସ୍କାର କରିବାର ସୁଯୋଗ ମିଳିଲାନି, ଖାଲି ଯାହା ପାଟିରେ ସାର୍ ନମସ୍କାର କହିବା କଥା, ସାର୍ କହିଲେ,…

ଅଧିକ ପଢ଼ନ୍ତୁ
ଏକ ଜହ୍ନ ରାତି

ଏକ ଜହ୍ନ ରାତି

ସନ୍ଧ୍ୟାର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେ ଧୀରେ ଆରମ୍ଭ ହେଉଥାଏ । ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନକୁ । ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି, ଜହ୍ନର ସେ ଶୀତଳ କିରଣ ଝରକା ଦେଇ ଘରେ ପଡ଼ିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ । କୁନି କୁନି ତାରାମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ…

ଅଧିକ ପଢ଼ନ୍ତୁ
mukam-karoti-bachalam

ମୁକଂ କରୋତି ବାଚାଳମ୍….

ଭଗବାନଙ୍କ କୃପା ବିନା ସାମାନ୍ୟ ମଣିଷ ଯେ କିଛି ବି ନୁହେଁ, ଏକଥାର ଅନୁଭବ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଘଟଣା ଆମକୁ ସୂଚିତ କରିଥାଏ । ଦ୍ୱିତୀୟ ଚାକିରୀରେ ଯୋଗଦେବା ପାଇଁ ପ୍ରିୟ ଓଡ଼ିଶା ମାଟିକୁ ଛାଡ଼ି ସୁଦୂର ଗୁଜରାଟ ଅଭିମୁଖେ ଯାଇ ପ୍ରଥମ ଦିନରେ ହିଁ ଭଗବାନଙ୍କ ପ୍ରଛନ୍ନ ଆଶୀର୍ବାଦ ପାଇଥିଲି ଯେବେ ଜାଣିଲି କମ୍ପାନୀର ମୂଖ୍ୟ ଅଧିକାରୀଙ୍କ ନିଜସ୍ୱ ସହକାରୀ ଥିଲେ ସ୍ଥାନୀୟ ସମିତିର ଆବାହକ । ତାଙ୍କର ପୃଷ୍ଠପୋଷକତାରେ ସତ୍ୟସାଇ…

ଅଧିକ ପଢ଼ନ୍ତୁ
eid

ଇଦ୍

କୁହାଯାଏ କଟକ ହେଉଛି ଭାଇଚାରାର ସହର । ସମସ୍ତେ ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରନ୍ତି । ଅସୁବିଧା ବେଳେ ଭାଇ ଡାକି ଦେଲେ ୪ ଲୋକ ଆସିକି ଛିଡ଼ା ହେଇଯିବେ । ହିନ୍ଦୁ ମୁସଲମାନ ବି ଭାଇ ଭାଇ ଭଳି ଚଳନ୍ତି । ଏଠି ଦଶହରା, କାଳୀପୂଜା, ଇଦ, ରମଜାନ ସମସ୍ତେ ଏକାଠି ମିଶିକି ପାଳନ କରନ୍ତି । କିଛି ବାଛ ବିଚାର ନଥାଏ । ଇଦ ହେଉଛି ମୁସଲମାନ ଭାଇମାନଙ୍କ ପାଇଁ ଏକ ବଡ଼…

ଅଧିକ ପଢ଼ନ୍ତୁ