ଉତ୍କଳରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା
ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜବଂଶର ରାଜା ସୁରଥ ପ୍ରଥମେ ଦୁର୍ଗାପୂଜା ପରମ୍ପରା ଆରମ୍ଭ କରିଥିଲେ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର । ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଏ…