ବୋଉ

ବୋଉ

‘ବୋଉ’ ତୁ କେମିତି ଛଡ଼େଇ ନେଉ
ମୋ’ଠାରୁ ମୋର ସବୁ ଦୁଃଖ କଷ୍ଟକୁ
ପ୍ରତିବଦଳରେ ତୋର ସବୁ ସୁଖ ଶାନ୍ତିକୁ
ମୋ ଉପରେ ଅଜାଡ଼ି ଦେଉ
ତୋ’ ଜୀବନରେ ପ୍ରତିଟି ମୁହୂର୍ତ୍ତ
ଜାଳିଦେଉ ତିଳ ତିଳ କରି
ମୋ ଓଠରେ ଚେନାଏ ହସ ଦେଖିବାକୁ
ଅଭାବ, ଅସୁବିଧା, ଦୁଃଖ, ଯନ୍ତ୍ରଣା
ଦଶମାସ, ଦଶଦିନ ଗର୍ଭରେ
ଧରଣ କଲାପରେ ବି…
ପୁଣି ହସି ହସି ସ‌ହିଯାଉଛୁ ସବୁକୁ ।
ଦୁନିଆରେ ସବୁ ହସ ଖୁସିକୁ ବାନ୍ଧି ରଖୁ
କେବଳ ମୋରି ପାଇଁ
ତୋ’ର ସେଇ ସାତସିଆଁ ପଣତରେ
ସେଥିରେ ଥରେ ମୁଣ୍ଡ ଗୁଞ୍ଜିଦେଲେ
ମିଳିଯାଏ ଦୁନିଆରେ ସବୁ ସୁଖ, ଶାନ୍ତି, ଆନନ୍ଦ ।
ତୋ’ ସ୍ନେହରେ ସାଗରର ଗଭୀରତା
ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ତୋ ମମତା
ତୁ ମୋ ଅନ୍ଧାର ଜୀବନର ଦୀପଶିଖା
ତୁ ମୋ ପ୍ରତିଟି ନିଶ୍ୱାସରେ, ପ୍ରତିଟି ବିଶ୍ୱାସରେ ।
ଭାଗ୍ୟ ଓ ଭଗବାନ ତ’ ଦୁଃଖ ଲେଖନ୍ତି, ଦେଖନ୍ତି ହେଲେ ତୁ…
ନା ଶୁଣିପାରୁ, ନା ସ‌ହିପାରୁ,
ତୁ ତ’ ଏମାନଙ୍କ ଠୁ ବ‌ହୁ ଉର୍ଦ୍ଧ୍ୱରେ
ତୁ ମୋ ‘ବୋଉ’ ।
ମୋ ମନ ମନ୍ଦିରରେ ‘ଦେବୀ’ ।
ତୋ ପାଦେ କୋଟି କୋଟି ପ୍ରଣତି ‘ମା’ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...