ତପନ ଦୀକ୍ଷିତ

ତପନ ଦୀକ୍ଷିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

“ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା’ ଶୋଣିତେ ମିଶା” ମଳୟରେ ଯା’ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ ଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ ଅଇଁଠା ଅବଢ଼ା ଖାଇ ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି ଆନନ୍ଦେ ବିଭୋର ହୋଇ । ଯାହାର ଠାକୁର ଜଗତର ନାଥ ସାଗର ଯା’ ମହୋଦଧି…

ଅଧିକ ପଢ଼ନ୍ତୁ
Odia Poem Shabda Shilpi (ଶବ୍ଦ ଶିଳ୍ପୀ) by Tapan Dixit

ଶବ୍ଦ ଶିଳ୍ପୀ

ଶବ୍ଦ ଶିଳାକୁ ରୂପଦିଏ ବସି ବିରହୀ ଶିଳ୍ପୀ ସାଜି ଭଗ୍ନ କରନା ଭାବନାକୁ ତୁମେ ମଗ୍ନ ମୁଁ ନିଦ୍ରା ତେଜି । ଅନାମିକା କେଉଁ ତନ୍ଵୀ ରୂପସୀ କୁଚର ଅନ୍ତିମ ଛୁଆଁ ଦେବାପରେ ସାଥୀ ବାହୁଡ଼ି ଯିବି ମୁଁ ସେଇ ବାସ୍ତବ ଗାଁ’ । ଯେଉଁଠି ନଥିବ ପ୍ରେମ ପ୍ରତାରଣା (ଆଉ) ହୃଦୟ ଖଣ୍ଡର ଦାହ (ଥିବ) ଅଗଣିତ ରାତ୍ରୀ ତନ୍ଦ୍ରା ଜଡ଼ିତ ପଲକେ ସ୍ୱପ୍ନ ମୋହ । ଚୂନା ଚୁନା ଫୁଲ ଫୁଟି ଝରୁଥିବେ ସଞ୍ଜ…

ଅଧିକ ପଢ଼ନ୍ତୁ
Abaloki Tate

ଅବଲୋକି ତୋତେ…

ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ ସରୋଜ ଉରଜି ବାଳା ମଦନ ଶରେ ଯା’ ପରାହତ ତୋର ଏ ଛାର କିଙ୍କର ବେଳା, ଘନ ଜଘନି ହେ ସୁଡୋଳ ନିତମ୍ବି ଆଜ କି ! ବିଚିତ୍ର ଶୋଷ ଦେଖି ଉଡ଼େ ହୋସ- ଅବଶେ ବିବଶ ବକ୍ଷେ – ଲକ୍ଷି ମଧୁବାସ, ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ ନ ଭାବ ଛାରେ କାମୁକ ଘନ-ଜଘନ-ସ୍ତନ-ଭାର-ଭରେ କଣ୍ଠେ ତୃଷ୍ଣା ଅହେତୁକ, ସୁମୁଖୀ ବିମୁଖ ହେଲେ କେ ହରିବ ବିରହୀ ବିରହ ଦୁଃଖ କେ…

ଅଧିକ ପଢ଼ନ୍ତୁ