ଶୁଭଲକ୍ଷ୍ମୀ ନାୟକ

ଶୁଭଲକ୍ଷ୍ମୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ ଲୁପ୍ତପ୍ରାୟ ହେବାକୁ ବସିଛି ଆଜି କେଉଁଠି କେତେବେଳେ କାଁ ଭାଁ ନଜର ଆସି ଯାଉଛି ସିନା କିନ୍ତୁ ସ୍ୱାର୍ଥ ସାଧନ ପାଇଁ । ସତରେ ମୋତେ ବିଶ୍ୱାସ କର, ମୁଁ କେବେ ଏମିତି ଆଶା କରିନି ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି ! କିନ୍ତୁ ହାୟ… ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ ମୋର…

ଅଧିକ ପଢ଼ନ୍ତୁ
Odia Poem Laxma Rupayan (ଲକ୍ଷ୍ୟ ରୂପାୟନ) by Shubhalaxmi Das

ଲକ୍ଷ୍ୟ ରୂପାୟନ

ନିଃସଙ୍ଗ ରଜନୀରେ ଜାଗ୍ରତ ପ୍ରହରୀ, ଅସି ନୁହେଁ ଲେଖନୀକୁ ଅସ୍ତ୍ର କରି, ଏକାକିନୀ ସେ ସତ୍ୟର ପଥଚାରୀ । ପଥପ୍ରାନ୍ତରେ ମଳିନ ବୟସ, ସତ୍ୟ ସନ୍ଧାନର ନିରନ୍ତର ପ୍ରୟାସ । ଅଶରୀରେ ସ୍ୱରଚିତ ବିନାଶ, କିଛି ସଫଳ ତ କିଛି ଚେଷ୍ଟା ଅନାୟାସ । କେବେ ଏକାନ୍ତରେ ତ କେବେ ଅଚିହ୍ନା ଭିଡ଼ରେ, ସମ୍ୟକ ଜ୍ଞାନର ଦିଗନ୍ତ ବ୍ୟାପୀ କାନଭାସ୍ ଉପରେ ଚିତ୍ରିତ କିଛି କବିତାର ସକାରାତ୍ମକ ରୂପାୟନ, କିନ୍ତୁ ଆଜି ବିନା ଅଳଙ୍କାରରେ, ବିନା ରଙ୍ଗ…

ଅଧିକ ପଢ଼ନ୍ତୁ
Rakshi

ରାକ୍ଷୀ

“ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ’ଣ ଏତେ ଜୋରରେ ବାଜୁଛି… କ’ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ…..” ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ । ତା’ପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଗୋଟିଏ ଅତି ଜଣାଶୁଣା କିନ୍ତୁ ଏଇ ଗତ ୧୯ ବର୍ଷର…

ଅଧିକ ପଢ଼ନ୍ତୁ