ଶ୍ରୀନିବାସ ସାମଲ

ଶ୍ରୀନିବାସ ସାମଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Kanhua Bina Gopa Shunya (କାହ୍ନୁ ବିନା ଗୋପ ଶୂନ୍ୟ) by Srinibas Samal

କାହ୍ନୁ ବିନା ଗୋପ ଶୂନ୍ୟ

ଅଛି ସେ କଦମ୍ବ ବନ ଶୁଭୁନି ମୁରଲୀ ସ୍ଵନ ନଦୀ ପଠା ଲାଗେ ଖାଲି, ଶ୍ରୀହୀନ ଲାଗେ ମନ ବୃନ୍ଦାବନ କହ୍ନେଇ ନାହିଁତ ବୋଲି । ଲୁଚେଇ କାନ୍ଦେ ରାଧିକା ଚଉଦିଗ ହେଲା ଫିକା ଗହନ ଗୁମର ପ୍ରୀତି ସରଗ ସୁଷମା ହୀନ ତା ଉପମା ସରାଗେ ନଥାଏ ମତି । ପୁରିଛି ଲବଣୀ ହାଣ୍ଡି ଯଶୋଦା ପାରୁନି ଦଣ୍ଡି ବସି ଖୁଆ ବାଡ଼ି ପାଶେ ବାତ୍ସଲ୍ୟ ମମତା ନୟନ ଯୁଗଳୁ ଧାର ଧାର ବୋହି ଆସେ…

ଅଧିକ ପଢ଼ନ୍ତୁ
Bidambana

ବିଡ଼ମ୍ବନା

ଦୁଃଖ ସୁଖ ସେଇ ଜଣଙ୍କ ହାତରେ ମଣିଷ ନିମିତ୍ତ ମାତ୍ର । ଜନମ ମରଣ ହିସାବ ତା’ପାଶେ ସଂସାର ରୀତି ବିଚିତ୍ର । ସତୀଦାହ ପ୍ରଥା ଉଚ୍ଛେଦ ହୋଇଲା ସମାଜ ସୁଧାର ହେଲା । ନାରୀ ନିର୍ଯ୍ୟାତନା ସେହିଦିନ ଠାରୁ କିଛିଟା ଲାଘବ ହେଲା । ନାରୀ ବିନା ସବୁ ଅସମ୍ପୂର୍ଣ୍ଣ ହୁଏ ସବୁଥିରେ ସିଏ ଲୋଡ଼ା । ତା’ ଶଙ୍ଖା ସିନ୍ଦୂର ହଜିଯାଏ ଯେବେ ଲାଗଇ ନାରୀ ଅଲୋଡ଼ା । ‘ଅ’ ଅକ୍ଷରଟିଏ ସବୁଠାରେ ଲାଗି…

ଅଧିକ ପଢ଼ନ୍ତୁ
Prapanch - Odia Poem by Srinibas Samal

ପ୍ରପଞ୍ଚ

ମଣିଷ ଶବକୁ ଛୁଇଁଦେଲେ ନର ହୋଇଯାଏ ଅପବିତ୍ର । ଅନ୍ୟ ଶବ ମାଂସ ରାନ୍ଧି ଖାଇଥାଏ ଏ ବିଧାନ ବଡ଼ ବିଚିତ୍ର ॥ ମଣିଷ ମରିଲେ ଶବ ହେଲା ବୋଲି ଘରୁ କରନ୍ତି ବାହାର । ପଶୁ ପକ୍ଷୀ ଶବ ନିଜ ଘରେ ଆଣି ରାନ୍ଧି କରନ୍ତି ଆହାର ॥ ଶୁଖୁଆ ମାଛଟି କେବେ ମରିଥାଏ କେହି କହି ନପାରନ୍ତି । ବଡ଼ ଶରଧାରେ ତା’କୁ କିଣି ଆଣି ଘରେ ରୋଷେଇ କରନ୍ତି ॥ ଶରୀର ନଥାଏ,…

ଅଧିକ ପଢ଼ନ୍ତୁ
Binati

ବିନତୀ

ଏବେ ବି ଝୁରୁଛି ରାଧା ଦେଖିବୁ ଆ’ କାହ୍ନା ଖୋଜୁଅଛି ତୋତେ ଏକା ତୋ’ ପ୍ରିୟ ଯମୁନା । ଫୁଟୁଛି ଶତେକ ପଦ୍ମ କାଳିନ୍ଦୀର ଜଳେ ହେଲେ ତୋ’ ବଂଶୀ ସ୍ୱନ ଶୁଭୁନି ସେ କୂଳେ । ଲୀଳା ତୋ’ ଲଗାଇ ଥିଲୁ ଗୋପୀଗଣ ଧରି ତୋ’ ନାମ ଶୁଣିଲେ କଂସ ଯାଉଥିଲା ଡରି । କେତେ ଦିନ କହ ଆଉ ଝୁରିବ ଯମୁନା କଂସର କଷଣ ଏବେ ସହି ଯେ ହୁଏନା । ଆ’ ଥରେ…

ଅଧିକ ପଢ଼ନ୍ତୁ
tathapi-mo-gaon-hasuchi

ତଥାପି ମୋ ଗାଁ ହସୁଛି

ସକାଳ ହୋଇଲେ ରାବୁନି କାଉ ପିଢ଼ା ନାହିଁ ବୋଲି ମାଡ଼ୁନି ଲାଉ ଚାଷ ହେଉନାହିଁ ଭଲରେ ଆଉ ଖାଉ ନାହିଁ କେହି ମାଣ୍ଡିଆଯାଉ ସେସବୁ ପୁରୁଣା ହୋଇଛି ତଥାପି ମୋ ଗାଁ ହସୁଛି । ମାଟି ହାଣ୍ଡିରେ ଆଉ ବସୁନି ଭାତ ବିଲରେ ପଡ଼ୁନି ଗୋବର ଖତ ଚାଳ ଘର ସବୁ ହେଲାଣି ଛାତ ପୁଅ ମାରିଲାଣି ବାପକୁ ନାତ କାହାର କ’ଣ ହେଉଛି ତଥାପି ମୋ ଗାଁ ହସୁଛି । ନାହିଁ ହାଣ୍ଡିଶାଳ, ନାହିଁ ଦେଇପିଣ୍ଡି…

ଅଧିକ ପଢ଼ନ୍ତୁ