ଶ୍ରୀମାନ ଅଜରା

ଶ୍ରୀମାନ ଅଜରା ଯାଜପୁରସ୍ଥିତ ପାଥପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମାଜସେବା କରିବା ସହିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

ଅପେକ୍ଷା

ଅପେକ୍ଷା

ଲିଭି ଯାଇଛି, ପାଖା ପାଖି ଲେଖାଯାଇଥିବା ଦୁଇଟି ନାଁ, ସେଇ ପ୍ରାଚୀନ ପ୍ରାଚୀରରୁ… କାହିଁ କେତେ ନୂଆ ନାଁ ଯୋଡ଼ି ହୋଇଛି ସେଠାରେ ନୂଆ କରି ଏବେ ଚୁନ ଆଉ ରଙ୍ଗରେ । ପାଶୋରି ଗଲେଣି ଆମ ନାଁ ଏ ତରୁ ଲତା, ଏ ପାଣି ପବନ କେଉଁ କାଳରୁ ମନ ଭିତରେ ସ୍ଵଚ୍ଛତାର ଅଭିଯାନ କରି । କାହିଁକି ବା ରଖିଥାନ୍ତେ ଅନ୍ତରେ ଆମକୁ ଯେଉଁଠି, ଆମେ ଦୁହେଁ ବି କେବେଠୁ ଭୁଲିଲେଣି ଆମ ଚଲାପଥ,…

ଅଧିକ ପଢ଼ନ୍ତୁ
ମିଛେଇ ମା

ମିଛେଇ ମା

ସେ ମିଛ କହୁଥିଲା ନିତି ନିତି ମୋତେ ଆଣିଦେବ ସରଗ ଶଶୀ ସେ ମିଛ କହୁଥିଲା ସବୁ ସନ୍ଧ୍ୟାରେ ମୁଁ ଯଦି କାନ୍ଦୁଥିଲି ବେଶୀ । ସେ କହୁଥିଲା ତୁ କାହିଁକି ମରୁନୁ ମୁଁ ଯଦି ହେଉଥିଲି ଦୁଷ୍ଟ । ସେ ନୀତି ମରୁଥିଲା ଆଖି ବୁଜିଦେଇ ଦେଖିବାକୁ ମୋର କଷ୍ଟ । କାନ୍ଦୁଥିଲା ସିଏ ଲୁଚି ଲୁଚି ମୋ’ଠୁ ଯେବେ ମୋତେ ମାରୁଥିଲା ପଚାରିଲେ ତାକୁ ସିଏ କହୁଥିଲା କାହିଁ, ମୁଁ ତ କାନ୍ଦୁନି ମୋ…

ଅଧିକ ପଢ଼ନ୍ତୁ
ଅତୀତ ଯାଇଛି ହଜି

ଅତୀତ ଯାଇଛି ହଜି

ତୁମ ରୂପଗୁଣ ବର୍ଣିତ ନ ହୁଏ ଭାଷାରେ ସୌରଭ ତୁମ ମହକି ଉଠଇ ସଖି ଗୋ । ଓଷ୍ଠରୁ ସଦା ଅମୃତ ଧାରା ଝରଇ ଉପମା ସବୁ ହାର ମାନେ ତୁମ ପାଖରେ । ସଂସାରରେ ରହି, ଯେତେ କାମନା ବାସନା ଜାଗିଛି ତୁମ ପାଇଁ ସବୁ ଯଶ ପୁରୁଷ ମୋହରି । ଆଗୋ ପ୍ରିୟତମା, ମୋ ହୃଦୟ ରାଇଜ ମାନସୀ । ପରସରେ ତୁମ ନୂତନ ଜୀବନ ଲଭିଛି, ଜ୍ୟୋତ୍ସ୍ନା ବୈଧୌତ ରଜନୀରେ ତୁମ ସାଥିରେ…

ଅଧିକ ପଢ଼ନ୍ତୁ